ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀଙ୍କ ଝିଅଙ୍କ ବିରୁଦ୍ଧରେ ପ୍ରାର୍ଥୀପତ୍ର ଦାଖଲ କଲେ ୨୫୦ କୃଷକ
ହାଇଦ୍ରାବାଦ:ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ଝିଅ କେ କବିତାଙ୍କୁ ଏକ ହଜାର କୃଷକ ନିବେଦନ କରିଛନ୍ତି ଯେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବା ଆମେଥିିରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ପ୍ରାର୍ଥୀ ହୁଅନ୍ତୁ। ନିଜାମବାଦରୁ ସାଂସଦ ଥିବାକେ କବିତା ନିଜର ସଂସଦୀୟ କ୍ଷେତ୍ରରେ ଏକ ବିଶାଲ ରାଲିରେ ଉଦ୍ବୋଧନ ଦେଇ କହିଥିଲେ ଯେ ନରେନ୍ଦ୍ର ମୋଦୀ ଓ ରାହୁଲ ଗାନ୍ଧୀ କୃଷକମାନେ ଦୁର୍ଦ୍ଦଶା ବିଷୟରେ କିଛି ଜାଣନ୍ତି ନାହିଁ। ଟିଆରଏସ ନେତାଙ୍କର ଏହି କଥା ତାଙ୍କୁ ମହଙ୍ଗା ପଡ଼ିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଏହାର ପ୍ରତିବାଦରେ ୨୫୦ ଜଣ କୃଷକ ତାଙ୍କ ବିରୁଦ୍ଧରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଯେଉଁମାନେ କେ କବିତାଙ୍କ ବିରୁଦ୍ଧରେ ପ୍ରାର୍ଥୀ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ବାଲକୋଣ୍ଡାର ଅଧିବାସୀ ୨୮ ବର୍ଷୀୟା ମହିଳା କୃଷକ ଏରଜିତା ଜଣେ। ସେ କହିଛନ୍ତି କୃଷକମାନଙ୍କର ସଂକଟ ସମୟରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ସହାୟତା ଦେବାରେ ଅକ୍ଷମ ହେବାପରେ ହଜାର ହଜାର କୃଷକମାନଙ୍କ ସହ ସ୍ୱର ଉତ୍ତୋଳନ କରିବାକୁ ଚାହୁଁଥିଲେ। କୃଷକମାନେ ହଳଦୀର ସର୍ବନିମ୍ନ ଦର କ୍ୱିଣ୍ଟାଲ ପିଛା ୫ ହଜାରରୁ ୧୫ ହଜାରକୁ ବୃଦ୍ଧି କରିବାକୁ ଦାବି କରିଥିଲେ ବି ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ସେଥିପ୍ରତି କର୍ଣ୍ଣପାତ କରି ନଥିଲେ।