କୈଳାସ-ମାନସରୋବର ଯାତ୍ରା : ପ୍ରଥମ ପର୍ଯ୍ୟାୟ ଯାତ୍ରୀ ଦଳ ତିବ୍ଦତ ପହଞ୍ଚିଲେ

ପିଥୋରଗଡ଼ : କୈଳାସ-ମାନସରୋବର ଯାତ୍ରାରେ ବାହାରିଥିବା ପ୍ରଥମ ପର୍ଯ୍ୟାୟ ଯାତ୍ରୀ ଦଳ ୧୭, ୫୦୦ ଫୁଟ ଉଚ୍ଚରେ ଅବସ୍ଥିତ ଲିପୁଲେଖ ପାସ୍‌ ଦେଇ ଆଜି ସକାଳେ ତିବ୍ଦତରେ ପହଞ୍ଚିଛନ୍ତି। ସମସ୍ତ ତୀର୍ଥ ଯାତ୍ରୀ ଏବେ ଗୁଂଜି ବେସ୍‌ କ୍ୟାମ୍ପ୍‌ରେ ଅବସ୍ଥାନ କରୁଛନ୍ତି। ଜଣେ ଯାତ୍ରୀ ଅଚାନକ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଗୁଂଜିରୁ ଫେରାଇ ନେବା ବ୍ୟବସ୍ଥା କରାଯାଇଛି । ମାନସରୋବର ଯାତ୍ରା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ତୀର୍ଥଯାତ୍ରୀ ଦଳ ମଧ୍ୟ ଖୁବ୍‌୍‌ ଶୀଘ୍ର ଗୁଂଜି କ୍ୟାମ୍ପ୍‌ରେ ପହଞ୍ଚିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର