ଚଳିତବର୍ଷ ବନ୍ଦ ହୋଇପାରେ ପ୍ରସିଦ୍ଧ କୈଳାସ ମାନସରୋବର ଯାତ୍ରା

ଡେରାଡୁନ୍‌: ଲକ୍‌ଡାଉାନ୍‌ କାରଣରୁ ହୁଏତ ଚଳିତବର୍ଷ ପ୍ରସିଦ୍ଧ କୈଳାସ ମାନସରୋବର ଯାତ୍ରା ବନ୍ଦ ରହିପାରେ ବୋଲି ସୂଚନା ରହିଛି। ଉତ୍ତରଖଣ୍ଡରେ ପ୍ରତିବର୍ଷ ହେଉଥିବା ଏହି ଯାତ୍ରାକୁ ନେଇ ଏ ବର୍ଷ କିଛି ପ୍ରସ୍ତୁତି ଏଯାଏ ହୋଇନାହିଁ।

ଏ ନେଇ ପର୍ଯ୍ୟଟନ ବିକାଶ ଅଧିକାରୀ ବିନା ସୁଏଲ୍‌ କହିଛନ୍ତି, ‘ଯାତ୍ରାକୁ ନେଇ ଏଯାବତ୍‌ କେନ୍ଦ୍ର ମନ୍ତ୍ରାଳୟ ପକ୍ଷରୁ କୌଣସି ସୂଚନା ମିଳିନାହିଁ। ଆମେ ଅନୁମାନ ଲାଗାଉଛୁ ଯେ ଏ ବର୍ଷ ମନସରୋବର ଯାତ୍ରା ହେବ ନାହିଁ।

ପୂର୍ବ ବର୍ଷମାନଙ୍କରେ ଏହି ଯାତ୍ରା ପାଇଁ ଜୁନ୍‌ ମାସର ୩ ମାସ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇ ସାରିଥାଏ। ମାତ୍ର  ଏବର୍ଷ ଏଯାଏ କୌଣସି ପ୍ରକାରର ପ୍ରସ୍ତୁତି ହୋଇନାହିଁ। ନୈନିତାଲ୍‌ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ଯାତ୍ରୀ ଆସି ପହଞ୍ଚିବା ପରେ ଯାତ୍ରା କାମ ଆରମ୍ଭ ହୋଇଥାଏ।

Newindianexpress

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶୁକ୍ରବାର ସକାଳୁ ୭୫ କିଲୋମିଟରର ଲମ୍ବର କୈଳାସ ମାନସରବୋରକୁ ସଂଯୋଗ କରୁଥିବା ଉତ୍ତରପ୍ରଦେଶର ପିଥୋରଗଡ଼ ରାସ୍ତାକୁ ଉଦ୍‌ଘାଟନ କରିଛନ୍ତି। ଏହି ରାସ୍ତାକୁ ରାଜନାଥ ସିଂହ ଭିଡିଓ କନ୍‌ଫରେନ୍ସଂ ଜରିଆରେ ଉଦ୍‌ଘ‌ାଟନ୍‌ କରିଥିବା ସୂଚନା ରହିଛି। ୨୦୦୮ ମସିହାରୁ ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୨୦୧୩ ସୁଦ୍ଧା ସଂପୂର୍ଣ୍ଣ ହେବା ପାଇଁ ଟର୍ଗେଟ ରଖା ଯାଇଥିଲା।

ସମ୍ବନ୍ଧିତ ଖବର