ଭୋପାଳ: କଂଗ୍ରେସର ବରିଷ୍ଠ ନେତା କମଲ୍ନାଥ ଆସନ୍ତା ୧୭ ତାରିଖରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ୧୭ ତାରିଖ ଦିନ ଲାଲ୍ ପରେଡ୍ ଗ୍ରାଉଣ୍ଡ୍ରେ କମଲ୍ନାଥ ଅପରାହ୍ନ ୧.୩୦ ସମୟରେ ଶପଥ ଗ୍ରହଣ କରିବେ। ସେ ମଧ୍ୟପ୍ରଦେଶର ୧୮ତମ ମୁଖ୍ୟମନ୍ତ୍ରୀ ହେବେ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପାଇଁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ବାଛିବା ଏକ କଠିନ ବ୍ୟାପାର ଥିଲା। ତେବେ ବହୁ ବିଚାରବିମର୍ଶ ପରେ ଶେଷରେ କମଲ୍ନାଥଙ୍କୁ ମୁଖ୍ୟମନ୍ତ୍ରୀ ଘୋଷଣା କରାଗଲା। କମଲ୍ନାଥଙ୍କ ସମେତ ଅନ୍ୟ କଂଗ୍ରେସ ନେତା ତଥା ଦିଗ୍ବିଜୟ ସିଂହ, ବିବେକ ଟଙ୍ଖାଙ୍କ ସମେତ ଅନ୍ୟ ନେତାମାନେ ଆଜି ରାଜ୍ୟପାଳ ଆନନ୍ଦୀବେନ ପଟେଲଙ୍କୁ ଭେଟି କହିଥିଲେ ଯେ କମଲ୍ନାଥଙ୍କୁ ସିଏଲ୍ପି ନେତାଭାବେ ନିର୍ବାଚିତ କରାଯାଇଛି। ପରେ ରାଜ୍ୟପାଳ କମଲ୍ନାଥଙ୍କୁ ଶପଥଗ୍ରହଣ ପାଇଁ ନିମନ୍ତ୍ରଣ କରିଥିଲେ। ଆଜି ରାଜ୍ୟପାଳ ଆନନ୍ଦୀବେନ ଏବଂ କମଲ୍ନାଥଙ୍କ ମଧ୍ୟରେ ୫୦ ମିନିଟ୍ ଧରି ଆଲୋଚନା ହୋଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
୧୯୮୪ ଦଙ୍ଗା ମାମଲା
କମଲ୍ନାଥଙ୍କ ସପକ୍ଷରେ ପଞ୍ଜାବ ସରକାର
ଚଣ୍ଡିଗଡ଼: ୧୯୮୪ ଦଙ୍ଗା ମାମଲାରେ ବିବାଦୀୟ ହୋଇପଡ଼ିଥିବା ମଧ୍ୟ ପ୍ରଦେଶର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ କମଲ୍ନାଥଙ୍କ ସପକ୍ଷରେ ପଞ୍ଜାବ ସରକାର ବାହାରିଛନ୍ତି। ପଞ୍ଜାବରେ କମଲନାଥ ଓ ୧୯୮୪ ଦଙ୍ଗା ମାମଲାରେ ଏକ ପ୍ରସ୍ତାବ ରଖାଯାଇଥିଲା ବେଳେ ଏଥିରେ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂହ ହସ୍ତକ୍ଷେପ କରିଛନ୍ତି। ସେ କହିଛନ୍ତି, ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଉପରେ ଆଇନ ତା’ କାର୍ଯ୍ୟ କରୁଛି। ତେଣୁ ତାଙ୍କ ବିରୋଧରେ କୌଣସି ପଦକ୍ଷେପ ନେବା ଉଚିତ ନୁହେଁ। ଅନ୍ୟପକ୍ଷରେ କମଲନାଥଙ୍କ ବିରୋଧରେ ଶିଖ୍ ସମୁଦାୟ ଦେଶବ୍ୟାପୀ ଆନ୍ଦୋଳନ ଧମକ ଦେଇଛି।