ହିନ୍ଦୀ ଭାଷା ବିବାଦକୁ ନେଇ କଙ୍ଗନାଙ୍କ ମତ: ସଂସ୍କୃତ ଦେଶର ଜାତୀୟ ଭାଷା ହେବା ଉଚିତ

ମୁମ୍ବାଇ: କଙ୍ଗନା ରାନାୱତଙ୍କ ଫିଲ୍ମ ‘ଧାକଡ଼’ର ଟ୍ରେଲର ଲଞ୍ଚ କରିଛି । ଏହି ଟ୍ରେଲର ରିଲିଜ୍ ଅବସରରେ ଅଭିନେତ୍ରୀ କଙ୍ଗନା ରାନାୱତ ଗଣମାଧ୍ୟମକୁ ଭେଟି ଅନେକ ପ୍ରସଙ୍ଗରେ ଖୋଲାଖୋଲି ଭାବେ ନିଜର ମତ ରଖିଛନ୍ତି । କଙ୍ଗନା କହିଥିଲେ ଯଦି ମତେ ଦୁଇ ମିନିଟ ସମୟ ଦିଆଯାଏ ତାହେଲେ ଏହି ବିଷୟରେ ମୋ ମତ ରଖିବି । ଆମର ବ୍ୟବସ୍ଥା ଯହାହେଉନା କାହିଁକି ଆମ ସମାଜରେ ଅନେକ ପ୍ରକାରର ଲୋକ ଅଛନ୍ତି । ସେମାନଙ୍କର ଭିନ୍ନ ଭିନ୍ନ ସଂସ୍କୃତି, ସମ୍ପର୍କ ଓ ଭାଷା ରହିଛି ଯେଉଁଠି ଏହା ସମସ୍ତଙ୍କର ଜନ୍ମଗତ ଅଧିକାର ।

ଯଦି ସେ ପାହାଡ଼ି ହୋଇଥାନ୍ତେ ତେବେ ସେ ତାଙ୍କ ସଂସ୍କୃତି ଓ ଭାଷାକୁ ନେଇ ଗର୍ବ କରିଥାନ୍ତେ । ଆମେ ସମସ୍ତେ ଦେଶର ସମ୍ବିଧାନକୁ ସମ୍ମାନ କରିବା ଦରକାର । ଏହି ସମ୍ବିଧାନ ହୀନ୍ଦିକୁ ରାଷ୍ଟ୍ରୀୟ ଭାଷା ଭାବେ ମାନ୍ୟତା ଦେଇଛି । ଦେଖିବାକୁ ଗଲେ ତାମିଲ ଭାଷା, ହିନ୍ଦୀ ଭାଷାଠାରୁ ପୁରୁଣା। ଏହାଠାରୁ ବି ପୁରୁଣା ଭାଷା ହେଉଛି ସଂସ୍କୃତ ଭାଷା । ଯଦି ଆପଣ ମୋ ପ୍ରତିକ୍ରିୟା ଜାଣିବାକୁ ଚାହୁଁଛନ୍ତି ତେବେ ମତେ ଲାଗୁଛି ସଂସ୍କୃତ ଭାଷା ରାଷ୍ଟ୍ରୀୟ ଭାଷା ହେବା ଉଚିତ। ଆହୁରି ମଧ୍ୟ କହିଛନ୍ତି କନ୍ନଡ଼, ତାମିଲ, ଗୁଜୁରାତି, ହିନ୍ଦୀ ଏସବୁ ସଂସ୍କୃତରୁ ଆସିଛି । ମୋ ପାଖରେ କିଛି ବି ଉତ୍ତର ନାହିଁ କାହିଁକି ସଂସ୍କୃତକୁ ରାଷ୍ଟ୍ରୀୟ ଭାଷା ନକରାଯାଇ ହିନ୍ଦୀ କରାଗଲା । ତାମିଲବାସୀ ସ୍ବତନ୍ତ୍ର ଦେଶ ପାଇଁ ଦାବି କରୁଥିବା ମଧ୍ୟ କହିଛନ୍ତି । ଶେଷରେ ଦିଲ୍ଲୀ ସରକାରଙ୍କ କଥା ମଧ୍ୟ କହିଛନ୍ତି । ଦିଲ୍ଲୀ ସରକାର ଠିକ୍ କରିଛନ୍ତି ଯେ ସବୁକୁ ହୀନ୍ଦିରେ କରି ଦେଇଛନ୍ତି । କିନ୍ତୁ କାହିଁକି ଆମେ ସଂସ୍କୃତକୁ ରାଷ୍ଟ୍ରୀୟ ଭାଷା କରିପାରିବା ନାହିଁ । ମୁଁ ଜାଣିପାରୁନି ସ୍କୁଲରେ କାହିଁକି ସଂସ୍କୃତ ଭାଷାକୁ ବାଧ୍ୟତାମୂଳକ କରାଯାଇ ନାହିଁ ।

ସମ୍ବନ୍ଧିତ ଖବର