କୁପ୍‌ଓ୍ଵାଡାରେ ଏନ୍‌କାଉଣ୍ଟର ; ୪ ଆତଙ୍କବାଦୀ ମୃତ

ଶ୍ରୀନଗର: ଜମ୍ମୁ-କଶ୍ମୀରର କୁପଓ୍ଵାଡ଼ା ଜିଲ୍ଲା ଅନ୍ତର୍ଗତ ହଲମତପୋରା ସେକ୍ଟରରେ ଆଜି ସୁରକ୍ଷା ବାହିନୀର ମିଳିତ ଏନ୍‌କାଉଣ୍ଟରରେ ୪ ଜଣ ଆତଙ୍କବାଦୀ ନିପାତ ହୋଇଥିବା ସେନା ସ୍ପଷ୍ଟ କରିଛି। ତେବେ ଅଧିକ ଆତଙ୍କବାଦୀ ଥିବା ଆଶଙ୍କାରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅପରେସନ ଜାରି ରହିଛି। ମୃତ ଆତଙ୍କବାଦୀଙ୍କ ଶବ ଜବତ କରିବା ପାଇଁ ସେନାର ପ୍ରୟାସ ଜାରି ରହିଛି। ଜମ୍ମୁ-କଶ୍ମୀର ପୁଲିସ୍‌ର ଏସ୍‌ଓଜି ଓ ୪୧ ରାଷ୍ଟ୍ରୀୟ ରାଇଫଲ୍ସ ପକ୍ଷରୁ ଏହି ମିଳିତ ଅଭିଯାନ ଆରମ୍ଭ କରାଯାଇଥିଲା। କୁପ୍‌ଓ୍ଵାଡା ଜିଲ୍ଲାର ହଲମତପୋରା ସେକ୍ଟରରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ବଡ଼ ଧରଣର କମ୍ବିଂ ଆରମ୍ଭ ହୋଇଥିଲା। ଅପରାହ୍ନ ପ୍ରାୟ ସାଢ଼େ ୩ଟା ବେଳେ ଆରାମପୋରା ସେକ୍ଟରରେ ପୁଲିସ୍‌କୁ ଦେଖି ଆତଙ୍କବାଦୀମାନେ ଆଖିବୁଜା ଗୁଳିମାଡ଼ କରିଥିଲେ। ପ୍ରାୟ ୩ ଘଣ୍ଟାର ଗୁଳି ବିନିମୟ ପରେ ୪ ଜଣ ଆତଙ୍କବାଦୀ ନିପାତ ହୋଇଥିବା କୁହାଯାଇଛି ।

ସମ୍ବନ୍ଧିତ ଖବର