ଡିଜନି+ହଟଷ୍ଟାରରେ ଷ୍ଟ୍ରିମିଂ ହେବ କରଣ ଜୋହରଙ୍କ ‘କଫି ୱିଥ୍‌ କରଣ’ ସିଜିନ୍‌ ୭

ମୁମ୍ବାଇ: ଚର୍ଚ୍ଚିତ ଚଳଚ୍ଚିତ୍ର ନିର୍ମାତା କରଣ ଜୋହର ବୁଧବାର ସନ୍ଧ୍ୟାରେ ଘୋଷଣା କରିଛନ୍ତି ଯେ ଏଣିକି ଟେଲିଭିଜନରେ ପ୍ରସାରଣ କରିବା ପରିବର୍ତ୍ତେ ‘କଫି ୱିଥ୍‌ କରଣ’ର ସପ୍ତମ ସିଜିନ୍‌କୁ ସିଧାସଳଖ ଡିଜନି+ ହଟଷ୍ଟାରରେ ଷ୍ଟ୍ରିମିଂ କରିବେ।

ଲୋକପ୍ରିୟ ସେଲିବ୍ରିଟି ଚାଟ୍‌ ସୋ’ ‘କଫି ୱିଥ୍‌ କରଣ’ର ହୋଷ୍ଟ ଭାବରେ କାର୍ଯ୍ୟ କରୁଥିବା ଏହି ଚଳଚ୍ଚିତ୍ର ନିର୍ମାତା ନିଜ ଟ୍ଵିଟର ହାଣ୍ଡଲରେ ଏହି ଖବର ସେୟାର କରିଛନ୍ତି। ଏହାର କିଛି ଘଣ୍ଟା ପୂର୍ବରୁ ସେ ଘୋଷଣା କରଥିଲେ ଯେ ‘କଫି ୱିଥ୍‌ କରଣ’ ଆଉ ଫେରିବ ନାହିଁ… ଟିଭିରେ! ତେବେ, ପ୍ରଥମ ଘୋଷଣାଟି ଏକ ଚକ୍‌ମା ଥିଲା। କାରଣ ପ୍ରତ୍ୟେକ ମହାନ କାହାଣୀ ଏକ ଭଲ ମୋଡ଼ ଆବଶ୍ୟକ କରେ। ମୁଁ ଘୋଷଣା କରି ଆନନ୍ଦିତ ଯେ ’କଫି ୱିଥ୍‌ କରଣ’ର ସିଜିନ୍‌ ୭ କେବଳ ଡିଜନି+ ହଟଷ୍ଟାରରେ ଷ୍ଟ୍ରିମିଂ ହେବ ବୋଲି ୪୯ ବର୍ଷୀୟ ଚଳଚ୍ଚିତ୍ର ନିର୍ମାତା ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ବିବୃତ୍ତିରେ ଲେଖିଛନ୍ତି।

ଜୋହର ଆହୁରି ମଧ୍ୟ କହିଛନ୍ତି ଯେ ଭାରତର ସବୁଠାରୁ ବଡ ବଡ଼ ଚଳଚ୍ଚିତ୍ର ତାରକାମାନେ କିଛି କଫିି ପିଇବା ସମୟରେ ସେଥିରେ ‘ବିନ୍‌ସ’ ଢାଳି କଫିର ଆମେଜ୍‌କୁ ବଢ଼ାଇବା ପାଇଁ କାଉଚ୍‌କୁ ଫେରିବେ।
ଉଲ୍ଲେଖଯୋଗ୍ୟ, ୨୦୦୪ରେ ପ୍ରଥମେ ଟିଭି ଚ୍ୟାନେଲ ଷ୍ଟାର ୱାର୍ଲ୍‌ଡରେ ପ୍ରିମିୟର ହୋଇଥିବା ଏହି ସୋ’ ୨୦୧୯ ପର୍ଯ୍ୟନ୍ତ ଛୋଟ ପରଦାରେ ଛଅଟି ସିଜନ୍‌ ପାଇଁ ଚାଲିଥିଲା।

ଆଜି ସକାଳେ, ଚଳଚ୍ଚିତ୍ର ନିର୍ମାତା ଜୋହର ଏକ ବିବୃତ୍ତି ପୋଷ୍ଟ କରିଥିଲେ ଯେଉଁଠାରେ ସେ ଦାବି କରିଥିଲେ ଯେ ଛଅଟି ସିଜିନ୍‌ ପରେ ଏହି ସୋ’ ଶେଷ ହେଉଛି। କିନ୍ତୁ ଏହା ଏକ ଚାଲ୍‌ ଥିଲା। ‘କଫି ୱିଥ୍‌ କରଣ’ ବର୍ତ୍ତମାନ ସୁଦ୍ଧା ୬ଟି ସିଜନ ପାଇଁ ମୋ ଜୀବନର ଏବଂ ଆପଣଙ୍କର ଏକ ଅଂଶ ବୋଲି ମୁଁ ଭାବିବାକୁ ଚାହେଁ। କାରଣ, ଏହି ସୋ’ ମାଧ୍ୟମରେ ଆମେ ଏକ ପ୍ରଭାବ ପକାଇଛୁ ଏବଂ ପପ୍‌ ସଂସ୍କୃତି ଇତିହାସରେ ଆମର ସ୍ଥାନ ମଧ୍ୟ ପାଇଛୁ। ତେଣୁ, ଭାରୀ ହୃଦୟ ସହିତ ମୁଁ ଘୋଷଣା କରୁଛି ଯେ ’କଫି ୱିଥ୍‌ କରଣ’ ଆଉ ଫେରିବ ନାହିଁ … ବୋଲି ଜୋହର କହଥିଲେ।

ଜୋହରଙ୍କ ଘନିଷ୍ଠ ବନ୍ଧୁ, ସୁପରଷ୍ଟାର ଶାହରୁଖ ଖାନ ଏବଂ କାଜୋଲ ସୋ’ର ଉଦଘାଟନୀ ଏପିସୋଡର ପ୍ରଥମ ଅତିଥି ଥିଲେ, ଯାହା ପ୍ରଶଂସକମାନଙ୍କୁ ଚଳଚ୍ଚିତ୍ର ଶିଳ୍ପର ଅଫ୍‌ ସ୍କ୍ରିନ୍‌ ସଂପର୍କରେ ଅନେକ ଅଜ୍ଞାତ ତଥ୍ୟ ଏବଂ ତାରକାମାନଙ୍କର ରୋମାଣ୍ଟିକ୍‌ ସଂପର୍କରେ ଝଲକ ପ୍ରଦାନ କରିଥିଲା ଏବଂ ବେଳେବେଳେ ବିବାଦ ମଧ୍ୟ ସୃଷ୍ଟି କରିଥିଲା।

ସମ୍ବନ୍ଧିତ ଖବର