କର୍ଣ୍ଣାଟକରେ ଡଙ୍ଗା ବୁଡ଼ି ୧୬ ମୃତ

ବେଙ୍ଗାଲୁରୁ  : କର୍ଣ୍ଣାଟକର କାରୱାର ନିକଟରେ  ନଦୀରେ ଡଙ୍ଗା ବୁଡ଼ିଯାଇ ୧୬ ଜଣଙ୍କ ମୃତ୍ୟୁ ହୋଇ ଯାଇଛି। କାରୱାର ଜିଲ୍ଲାରେ ଏକ ଦ୍ବୀପାଞ୍ଚଳ ସ୍ଥିତ ଏକ ମନ୍ଦିର ଅଭିମୁଖେ ୨୬ ଜଣ ଯାତ୍ରୀଙ୍କୁ ଧରି ଯାତ୍ରା କରୁଥିବା ଏକ ଡଙ୍ଗା ମଝି ନଈରେ ବୁଡ଼ି ଯିବାଫଳରେ ୧୬ ଜଣଙ୍କ ମୃତ୍ୟୁ ହୋଇ ଯାଇଛି। ନୌସେନା ଏବଂ ତଟରକ୍ଷୀ ବାହିନୀ ଦ୍ବାରା ଏଯାବତ୍‌ ୧୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଅନ୍ୟପ‌କ୍ଷେ ଆହୁରି ୧୦ ଜଣ ଏବେ ବି ନିଖୋଜ ରହିଥିବାରୁ ଉଦ୍ଧାରକାର୍ଯ୍ୟକୁ ବ୍ୟାପକ କରାଯାଇଛି। ସମସ୍ତ ନିଖୋଜଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର