ଘରେ ଟିକା ନେଲେ କର୍ଣ୍ଣାଟକ କୃଷି ମନ୍ତ୍ରୀ, ରିପୋର୍ଟ ମାଗିଲେ କେନ୍ଦ୍ର ସରକାର

ବେଙ୍ଗାଲୁରୁ: କର୍ଣ୍ଣାଟକ କୃଷି ମନ୍ତ୍ରୀ ବିସି ପାଟିଲ୍‌ ଆଜି ତାଙ୍କ ଘରେ କରୋନା ଟିକା ନେବାପରେ ବଡ଼ ବିବାଦ ହୋଇଛି। ବେଙ୍ଗାଲୁରୁଠାରୁ ୩୩୬ କିମି ଦୂର ହିରେକେରୁର୍‌ରେ ମନ୍ତ୍ରୀ ପାଟିଲ୍‌ଙ୍କୁ ସ୍ବାସ୍ଥ୍ୟ ଅଧିକାରୀମାନେ ଟିକା ଦେଇଛନ୍ତି। ରିପୋର୍ଟ ଅନୁଯାୟୀ ମନ୍ତ୍ରୀ ପାଟିଲ୍‌ ତାଲୁକ ସ୍ବାସ୍ଥ୍ୟ ଅଧିକାରୀମାନଙ୍କୁ ନିଜ ଘରକୁ ଡାକିଥିଲେ ଏବଂ ସେ ନିଜେ ଏବଂ ତାଙ୍କ ପତ୍ନୀ ମଧ୍ୟ ଘରେ ଟିକା ନେଇଥିଲେ। ଏଭଳି କାର୍ଯ୍ୟ କୋଭିଡ୍‌ ଟିକାକରଣ ପ୍ରୋଟକଲ୍‌ର ଉଲ୍ଲଂଘନ କରିଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କେ ସୁଧାକର କହିଛନ୍ତି। ଇତି ମଧ୍ୟରେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜୀବ ଭୂଷଣ ଏହି ମାମଲାରେ କର୍ଣ୍ଣାଟକ ସରକାରଙ୍କଠାରୁ ରିପୋର୍ଟ ମାଗିଛନ୍ତି। କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀ ଉକ୍ତ ଘଟଣାକୁ କଡ଼ା ବିରୋଧ କରିଛନ୍ତି।

ସମ୍ବନ୍ଧିତ ଖବର