ହିଜାବ୍‌ ପରିହିତା ଛାତ୍ରୀଙ୍କୁ ପ୍ରବେଶାନୁମତି ଦେଲା କର୍ଣ୍ଣାଟକ କଲେଜ କିନ୍ତୁ, ପୃଥକ୍‌ ଶ୍ରେଣୀଗୃହରେ ବସିବେ

ବେଙ୍ଗାଲୁରୁ: କର୍ଣ୍ଣାଟକର ଉଡୁପି ଜିଲ୍ଲାରେ ଅନ୍ତର୍ଗତ କୁନ୍ଦପୁରା ଅଞ୍ଚଳରେ ଅବସ୍ଥିତ ସରକାରୀ ପିୟୁ କଲେଜ୍‌ ପରିସର ମଧ୍ୟକୁ ଆଜି ହିଜାବ୍‌ ପରିହିତା ଛାତ୍ରୀମାନଙ୍କୁ ପ୍ରବେଶାନୁମତି ମିଳିଛି। କିନ୍ତୁ, ଏହି ଛାତ୍ରୀମାନେ ପୃଥକ୍‌ ଶ୍ରେଣୀଗୃହରେ ବସିବେ।

ଉଦୁପିର ଅତିରିକ୍ତ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଏସ୍‌.ଟି. ସିଦ୍ଧଲିଙ୍ଗପ୍ପା କହିଛନ୍ତି, କୁନ୍ଦପୁରାରେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ହିଜାବ୍‌ ପିନ୍ଧିଥିଲେ ସୁଦ୍ଧା ଛାତ୍ରୀମାନଙ୍କୁ କଲେଜ ଏବଂ କଲେଜ ପରିସର ମଧ୍ୟକୁ ଆସିବାକୁ ଅନୁମତି ମିଳୁଛି। ସମ୍ପ୍ରତି କୁନ୍ଦପୁରାରେ ଆଉ ଆଇନଶୃଙ୍ଖଳା ପରିସ୍ଥିତି ନାହିଁ।

Image Courtesy of The Indian Express

ଜିହାବ୍ ପରିହିତାମାନଙ୍କ ପ୍ରତି କଲେଜ ପ୍ରବେଶ ଉପରେ ଅଧ୍ୟକ୍ଷ ନିଷେଧାଜ୍ଞା ଜାରି କରିବା ହେତୁ ଶୁକ୍ରବାରଠାରୁ ସଂଖ୍ୟାଲଘୁ ସମ୍ପ୍ରଦାୟର ଶିକ୍ଷାର୍ଥୀମାନେ କଲେଜ ପରିସର ବାହାରେ ଧାରଣା ଦେଇଥିଲେ। ସେମାନଙ୍କ ପ୍ରତିବାଦକୁ ମୁକାବିଲା କରିବାକୁ ଯାଇ ଅନ୍ୟ ଶିକ୍ଷାର୍ଥୀମାନେ ଗୈରିକ ଉତ୍ତରୀୟ ପକାଇ କଲେଜକୁ ଆସିଥିଲେ। ଉକ୍ତ ଛାତ୍ରମାନେ ଦାବି କରିଥିଲେ ଯେ, ହିଜାବ୍‌ ପରିହିତା ଛାତ୍ରୀମାନଙ୍କୁ କଲେଜ ପ୍ରବେଶାନୁମତି ମିଳିଲେ, ସେମାନେ ଗୈରିକ ଉତ୍ତରୀୟ ପରିଧାନ କରିବେ।

ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର୍‌ ଟୁଇଟ୍‌ କରିଛନ୍ତି: ‘କର୍ଣ୍ଣାଟକରୁ ବ୍ରେକିଙ୍ଗ୍‌ ନିଉଜ୍‌ ନା, ହାର୍ଟ-ବ୍ରେକିଙ୍ଗ୍‌ ନିଉଜ୍‌? ସାଧାରଣ ଶିକ୍ଷା ଭଳି ଧର୍ମନିରପେକ୍ଷ କାର୍ଯ୍ୟକଳାପ ନିମନ୍ତେ କେବେ ଠାରୁ ଆମ ଦେଶରେ ଧାର୍ମିକ ପୃଥକିକରଣ ପାଇଁ ଅନୁମତି ମିଳିଲାଣି? ସେ କଲେଜରେ କ’ଣ ଦେଶର ସମ୍ବିଧାନ ନାହିଁ?

ସମ୍ବନ୍ଧିତ ଖବର