୫୦୦ଟଙ୍କା କରଜ ନେଇ ନ ଫେରାଇବାରୁ ସାଙ୍ଗର ପତ୍ନୀକୁ ଅପହରଣ କରି ବିବାହ କଲେ ଯୁବକ,ତା’ ପରେ…

ବେଙ୍ଗାଲୁରୁ : କର୍ଣ୍ଣାଟକରେ ଘଟିଛି ଏକ ଅଜବ ଘଟଣା । କରଜ ନେଇ ଶୁଝି ନ ପାରିବାରୁ  ଜଣେ ଯୁବକ ନିଜ ସାଙ୍ଗର ପତ୍ନୀଙ୍କୁ  ଅପହରଣ କରି ବିବାହ କରିଛି । ମାତ୍ର ୫୦୦ଟଙ୍କା ପାଇଁ ପୀଡ଼ିତ ଯୁବକଙ୍କ ସାଙ୍ଗ ଏପରି କରିଥିବା ଜଣା ପଡ଼ିଛି । ଏହି ଘଟଣା ପରେ ନ୍ୟାୟ ପାଇଁ ପୀଡ଼ିତ ଯୁବକ  ଡ଼େପୁଟି କମିସିନରଙ୍କ ଅଫିସ ଆଗରେ ଧାରଣା ଦେବାରୁ ଏ ନେଇ ମାମଲା ରୁଜୁ କରିବା ପାଇଁ ଆଦେଶ ଦେଇଛନ୍ତି । ପୀଡ଼ିତ ତାଙ୍କୁ ତାଙ୍କ ସ୍ତ୍ରୀ ଫେରାଇ ଦିଆଯାଉ ବୋଲି ଦାବି କରିଥିବା ବେଳେ ଘଟଣାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଡ଼େପୁଟି କମିସିନର ।

ସୂଚନା ମୁତାବକ, ମୁରାକିଭାବି ଗାଁରେ ରହୁଥିବା ବାସ୍‌ଓ୍ଵରାଜ୍‌ ଏବଂ ମୁଡ଼ାକ୍‌ନଟ୍ଟୀରେ ରହୁଥିବା ରମେଶ ଭଲ ବନ୍ଧୁଥିଲେ । ଦୁହେଁ ଏକ ହୋଟେଲରେ ସପ୍ଲାୟରର କାମ କରୁଥିବା ସମୟରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ଆରମ୍ଭ ହୋଇଥିଲା । ଏହା ସହ ବାସ୍‌ଓ୍ଵରାଜ୍‌ଙ୍କ ପତ୍ନୀ ପାର୍ବତୀ ମଧ୍ୟ ସେହି ହୋଟେଲରେ କାମ କରୁଥିଲେ । ୨୦୧୧ରେ ବାସ୍‌ଓ୍ଵରାଜ୍‌ ପାର୍ବତୀଙ୍କୁ ବିବାହ କରିଥିବା ବେଳେ ତାଙ୍କ ତିନି ବର୍ଷର ଝିଅ ଥିବା ଜଣା ପଡ଼ିଛି । କୌଣସି କାମ ପାଇଁ ବାସ୍‌ଓ୍ଵରାଜ୍‌ ରମେଶଙ୍କଠାରୁ ୫୦୦ଟଙ୍କା କରଜ କରି ପରେ ଦେଇ ପାରି ନଥିଲେ । ଏହାକୁ କାରଣ ଦର୍ଶାଇ ଦୁଇ ମାସ ତଳେ ରମେଶ ପାର୍ବତୀଙ୍କୁ ଅପହରଣ କରି ବିବାହ କରି ନେଇଥିଲେ । ଘଟଣା ଜାଣିବା ପରେ ବାସ୍‌ଓ୍ଵରାଜ୍‌ ପୁଲିସରେ ଅଭିଯୋଗ କରିଥିବା ବେଳେ ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା ।  ଦୁଇ ମାସ ପରେ ଏବେ ପାର୍ବତୀ ବାସ୍‌ଓ୍ଵରାଜ୍‌ଙ୍କ ପାଖକୁ ଫେରିବାକୁ ଚାହୁଁ ନ ଥିବା ଜାଣି ବାସ୍‌ଓ୍ଵରାଜ୍‌ ନିଜ ପତ୍ନୀଙ୍କୁ ଫେରାଇ ଆଣିବା ପାଇଁ ଡ଼େପୁଟି କମିସିନରଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର