ମନ୍ତ୍ରୀ ଓ ବିଧାୟକଙ୍କ ନିମନ୍ତେ ବିଳାସମୟ ବେଙ୍ଗାଲୁରୁ ହୋଟେଲ୍‌ର ୧୦୦ କୋଠରିକୁ କୋଭିଡ୍ ସେଣ୍ଟର୍ କଲେ କର୍ଣ୍ଣାଟକ ସରକାର

ବେଙ୍ଗାଲୁରୁ: ମନ୍ତ୍ରୀ, ସାଂସଦ, ବିଧାୟକ ଓ ବିଧାନ ପରିଷଦ୍ ସଦସ୍ୟ ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ କର୍ମଚାରୀମାନଙ୍କ ଡାକ୍ତରୀ ଉପଚାର ନିମନ୍ତେ କର୍ଣ୍ଣାଟକ ସରକାର ବେଙ୍ଗାଲୁରୁର ବିଳାସମୟ ‘କୁମାର କୃପା ଗେଷ୍ଟ୍‌ ହାଉସ୍’ର ଗୋଟିଏ ଭାଗକୁ କୋଭିଡ୍ କେୟାର୍ ସେଣ୍ଟର୍‌ ଭାବେ ସଂରକ୍ଷଣ କରିଛନ୍ତି।

ଐହିତ୍ୟସମ୍ପନ୍ନ ଅଟ୍ଟାଳିକା ‘କୁମାର କୃପା ଗେଷ୍ଟ୍‌ ହାଉସ୍’ର ୧୦୦ଟି ପ୍ରକୋଷ୍ଠ କୋଭିଡ୍ କେୟାର୍‌ ସେଣ୍ଟର୍ କରାଯିବ ବୋଲି କର୍ଣ୍ଣାଟକ ସ୍ବାସ୍ଥ୍ୟ ବିଭାଗ ଆଦେଶନାମା ଜାରି କରିଛନ୍ତି।

ଉତ୍ତମ ପରିଚାଳନା ନିମନ୍ତେ ନିଜର ସାମର୍ଥ୍ୟ  ୩୩%କୁ ହ୍ରାସ କରି କାର୍ଯ୍ୟକଳାପ ଜାରି ରଖିବାକୁ ଏହି ଥ୍ରି-ଷ୍ଟାର୍ ହୋଟେଲ୍‌କୁ କୁହାଯାଇଛି। ଏହାଛଡ଼ା କରୋନାଭାଇରସ୍ ମୁକାବିଲା କରିବା ନିମନ୍ତେ ସବୁବେଳେ କୋଠରି ସୁବିଧା ଉପଲବ୍ଧ କରାଇବାକୁ ମଧ୍ୟ ଏହି ହୋଟେଲ୍‌କୁ ସରକାର ନି‌ର୍ଦେଶ ଦେଇଛନ୍ତି।

Image Courtesy of The Indian Express

ବେଙ୍ଗାଲୁରୁର ପ୍ରମୁଖ ସ୍ଥାନରେ ଅବସ୍ଥିତ ଏହି ହୋଟେଲ୍‌ ଗୋଟିଏ ଭାଗର ପରିଚାଳନା କରେ କର୍ଣ୍ଣାଟକ ରାଜ୍ୟ ପର୍ଯ୍ୟଟନ ବିଭାଗ। ଏହି ଅଂଶର ବୁକିଙ୍ଗ୍‌ ମଧ୍ୟ କର୍ଣ୍ଣାଟକ ରାଜ୍ୟ ପର୍ଯ୍ୟଟନ ବିଭାଗ କରୁଛି।

କୋଭିଡ୍-୧୯ ସଂକ୍ରମଣ ରୋକିବା ଉଦ୍ଦେଶ୍ୟରେ ବୁଧବାର ଦିନ କର୍ଣ୍ଣାଟକ ସରକାର ସହରରେ ଥିବା ୬୬ଟି ଘରୋଇ ଡାକ୍ତରଖାନା ବା ମେଡିକାଲ୍ କଲେଜରେ ଥିବା ଫିଭର୍ କ୍ଲିନିକ୍ ଏବଂ ସ୍ବାବ କଲେକ୍ସନ୍ ସେଣ୍ଟର୍‌କୁ ମଧ୍ୟ ଆଦେଶ‌ ଦେଇଛନ୍ତି।

ଇନ୍‌ଫ୍ଲୁଏଞ୍ଜା ଭଳି ଅସୁସ୍ଥତା ବୃଦ୍ଧି ପାଉଥିବାରୁ ଫିଭର୍ କ୍ଲିନିକ୍ ଏବଂ ସ୍ବାବ ସଂଗ୍ରହ କେନ୍ଦ୍ର ସଂଖ୍ୟା ବଢ଼ାଯିବା ଆବଶ୍ୟକ ବୋଲି ଏଥିରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର