କଂଗ୍ରେସର ଟ୍ବିଟର ହ୍ୟାଣ୍ଡେଲକୁ ବ୍ଲକ କରିବା ପାଇଁ ନିମ୍ନ ଅଦାଲତ ଦେଇଥିବା ଆଦେଶ ଉପରେ ରୋକ ଲଗାଇଲେ କର୍ଣ୍ଣାଟକ ହାଇକୋର୍ଟ

ବେଙ୍ଗାଲୁରୁ: କଂଗ୍ରେସର ଟ୍ବିଟର ହ୍ୟ‌ାଣ୍ଡେଲ ବ୍ଲକ କରିବା ନେଇ ନିମ୍ନ ଅଦାଲତ ଦେଇଥିବା ରାୟ ଉପରେ ରୋକ ଲଗାଇଲେ କର୍ଣ୍ଣାଟକ ହାଇକୋର୍ଟ। କିଛି ଦିନ ତଳେ ‘ଭାରତ ଯୋଡ଼ୋ ଯାତ୍ରା’ ପାଇଁ କଂଗ୍ରେସ କମ୍ପାନିର ବିନା ଅନୁମତିରେ ଚଳଚ୍ଚିତ୍ରରୁ ସଙ୍ଗୀତ ଉଠାଇ ଆଣୁଛି ବୋଲି ତାତ୍ସଲ୍ୟ କରି ‘ବିଜେପି’ ନେତା ଅମିତ ମାଲଭୀୟ କହିଥିଲେ। ସୋମବାର ଏହାକୁ ନେଇ ବେଙ୍ଗାଲୁରୁ କୋର୍ଟ ବଡ଼ ରାୟ ଶୁଣାଇଥିଲେ। କଂଗ୍ରେସ ଭାରତ ଯୋଡୋ ଯାତ୍ରାର ଭିଡିଓରେ ବିନା ଅନୁମତିରେ ବିଭିନ୍ନ ଫିଲ୍ମର ଗୀତକୁ ବ୍ୟବହାର କରିଥିବାରୁ କୋର୍ଟ କଂଗ୍ରେସ ଏବଂ ଭାରତ ଯୋଡର ଟ୍ୱିଟର ହ୍ୟାଣ୍ଡେଲକୁ ସାମୟିକ ଭାବେ ବ୍ଲକ କରିବାକୁ କହିଥିଲେ।

ହେଲେ ଆଜି କର୍ଣ୍ଣାଟକ ହାଇକୋର୍ଟ ଏହା ଉପରେ ରୋକ ଲଗାଇ ଆସନ୍ତାକାଲି ସୁଦ୍ଧା ଅଫିସିଆଲ୍ ସୋସିଆଲ୍ ମିଡିଆ ପ୍ଲାଟଫର୍ମ, ଟ୍ୱିଟର, ଫେସବୁକ୍, ୟୁଟ୍ୟୁବ୍, ଇନଷ୍ଟାଗ୍ରାମରୁ ସମସ୍ତ କପିରାଇଟ୍ ସାମଗ୍ରୀ ହଟାଇବାକୁ କଂଗ୍ରେସକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ମୁତାବକ, କପିରାଇଟ୍ ଆକ୍ଟ ଅନୁଯାୟୀ କଂଗ୍ରେସ ବିରୋଧରେ ଅଭିଯୋଗ ଦାଖଲ କରାଯାଇଥିଲା। କେଜିଏଫ୍ ନିର୍ମାତାମାନେ ଅଭିଯୋଗ କରିଥିଲେ ଯେ, ଭାରତ ଯୋଡୋ ଯାତ୍ରା ପାଇଁ କଂଗ୍ରେସ ଦ୍ୱାରା ପ୍ରସ୍ତୁତ ମାର୍କେଟିଂ ଭିଡିଓରେ ସେମାନଙ୍କ ଚଳଚ୍ଚିତ୍ରର ଗୀତ ବ୍ୟବହାର କରାଯାଇଛି। ଏହା ଉପରେ ଶୁଣାଣି କରି କୋର୍ଟ ଦଳର ଟ୍ବିଟର ହ୍ୟାଣ୍ଡଲ ବ୍ଲକ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆବେଦନ ଉପରେ ଶୁଣାଣି କରି କୋର୍ଟ କହିଥିଲେ ଯେ, ଗୀତକୁ ସାମାନ୍ୟ ବଦଳାଇ ଏହାକୁ ବ୍ୟବହାର କରିଛି କଂଗ୍ରେସ। ଏହି ପ୍ରକାରର ମାର୍କେଟିଂ ଭିଡିଓ ପାଇରେସିକୁ ଉତ୍ସାହିତ କରେ। ତେଣୁ କପିରାଇଟ୍ ନିୟମ ଉଲଂଘନ ଅଭିଯୋଗରେ କଂଗ୍ରେସ ଏବଂ ଭାରତ ଯୋଡର ଟ୍ୱିଟର ହ୍ୟାଣ୍ଡେଲକୁ ସାମୟିକ ଭାବେ ବ୍ଲକ୍ କରିବା ପାଇଁ ସୋମବାର ଦିନ ବେଙ୍ଗାଲୁରୁର ଏକ କୋର୍ଟ ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟରକୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର