ଲେଖିକି ଦେଉଛି, କଂଗ୍ରେସ ୫ଟି ଆସନ ବି ଜିତିପାରିବ ନାହିଁ: କେଜ୍ରିୱାଲ

ଅହମ୍ମଦାବାଦ: ଡିସେମ୍ବରରେ ଗୁଜରାଟରେ ହେବ ବିଧାନସଭା ନିର୍ବାଚନ। ଆଉ ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ନେତାଙ୍କ ମଧ୍ୟରେ ବୟାନ ଯୁଦ୍ଧ ତୀବ୍ର ହୋଇଛି | ଗୁଜୁରାଟରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ମାତ୍ରେ ଆରୋପ-ପ୍ରତ୍ୟାରୋପ ବ୍ୟତୀତ ନେତାମାନେ ଭବିଷ୍ୟବାଣୀ ମଧ୍ୟ ଦେଉଛନ୍ତି | ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଆପ) ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ ମୁଁ ଲେଖିକି ଦେଉଛି, ଏଥର କଂଗ୍ରେସ ଦଳ ଗୁଜୁରାଟରେ ପାଞ୍ଚଟି ଆସନ ଜିତିବାକୁ ସକ୍ଷମ ହେବ ନାହିଁ। କେଜ୍ରିୱାଲ କଂଗ୍ରେସକୁ ପରିହାସ କରି କହିଛନ୍ତି ଯେ ଗୁଜୁରାଟରେ କେହି ଏହି ପୁରୁଣା ଦଳକୁ ଗମ୍ଭୀରତାର ସହ ନେଉନାହାଁନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କଂଗ୍ରେସ ସେଠାରେ ପାଞ୍ଚଟି ସିଟ ବି ଜିତିପାରିବ ନାହିଁ | କଂଗ୍ରେସ ଗୁଜୁରାଟରେ ୫ରୁ କମ ସିଟ ଜିତିବ |

ଏହା କହି ସେ ହାତରେ ଏକ କାଗଜ ଓ କଲମ ନେଇ ଭବିଷ୍ୟତ ପାଇଁ ଏକ ପ୍ରମାଣ ଭାବରେ ଲେଖିଛନ୍ତି| ସେ ଲେଖିବା ପରେ କହିଛନ୍ତି ଯେ ଏହା ହେଉଛି କଂଗ୍ରେସ ପାଇଁ ନିର୍ବାଚନ ଫଳାଫଳ ବିଷୟରେ ମୋର ପୂର୍ବାନୁମାନ। କେଜ୍ରିୱାଲ କହିଛନ୍ତି ଯେ ବର୍ତ୍ତମାନ କଂଗ୍ରେସକୁ କେହି ବି ଗମ୍ଭୀରତାର ସହ ନେଉନାହାନ୍ତି? ଗୁଜୁରାଟର ଲୋକମାନେ ପରିବର୍ତ୍ତନ ଆବଶ୍ୟକ କରନ୍ତି। ଯଦି ଲୋକମାନେ ପରିବର୍ତ୍ତନ ଚାହୁଁ ନଥାନ୍ତେ, ଆମେ ସେଠାରେ କୌଣସି ସ୍ଥାନ ପାଇନଥାନ୍ତୁ | ସେଠାରେ ଆମେ ଏଥର ୩୦ ପ୍ରତିଶତ ଭୋଟ୍ ସେୟାର ପାଇବୁ | ଲୋକଙ୍କ ମନରେ ଏହି ପରିବର୍ତ୍ତନ ପାଇଁ ଆମେ ପଞ୍ଜାବରେ ସରକାର ଗଠନ କରିଛୁ ଏବଂ ବର୍ତ୍ତମାନ ଗୁଜୁରାଟରେ ମଧ୍ୟ କିଛି ଅଲଗା କରିବାକୁ ଯାଉଛୁ |

ସମ୍ବନ୍ଧିତ ଖବର