ନାଗ ଦ୍ବାରା ପତ୍ନୀଙ୍କୁ ମାରିବା ମାମଲା: କୋର୍ଟରେ ଦୋଷୀ ସାବ୍ୟସ୍ତ ହେଲେ କେରଳ ଯୁବକ

ଥିରୁଅନନ୍ତପୁରମ : କେରଳର ଜଣେ ଯୁବକ ନିଜ ପତ୍ନୀଙ୍କୁ ନାଗ ସାପର ବ୍ୟବହାର କରି ମାରିଥିବା ଘଟଣାରେ ଆଜି ଦୋଷୀସାବ୍ୟସ୍ତ ହୋଇଛନ୍ତି। କୋଲ୍ଲମ ସେସନ୍ସ କୋର୍ଟ ବିଚାରପତି ଏମ୍‌ ମନୋଜ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଦୋଷୀସାବ୍ୟସ୍ତ କରିଛନ୍ତି। ଆସନ୍ତାକାଲି ଏହି ମାମଲାରେ ଦଣ୍ଡ ଘୋଷଣା ହେବ। ସୁରଜ ନାମକ ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଉତ୍ତରାଙ୍କୁ ନାଗସାପର ବ୍ୟବହାର କରି ମାରି ଦେଇଥିଲେ। ଜଣେ ବୃତ୍ତିଗତ ସାପ ଧରାଳିଙ୍କ ସହଯୋଗରେ ସେ ତାଙ୍କ ପତ୍ନୀଙ୍କୁ ମାରିଥିଲେ। ୨୦୨୦ ମେ’ ୬ ତାରିଖରେ ଏହି ଘଟଣା ଘଟିଥିଲା। ମେ’ ୨୪ରେ ସୁରଜ ଏବଂ ତାଙ୍କ ସହଯୋଗୀ ଗିରଫ ହୋଇଥିଲେ। ପୁଲିସ ତଦନ୍ତ କରିବାପରେ ସବୁ ସତ ଜଣା‌ପଡ଼ିଲା। ପୂର୍ବରୁ ମଧ୍ୟ ସୁରଜ ନିଜ ପତ୍ନୀକୁ ସାପ ଦ୍ବାରା ମାରିବାକୁ ଚେଷ୍ଟା କରିଥିଲା।

ସମ୍ବନ୍ଧିତ ଖବର