ତାମିଲନାଡୁକୁ ୨୦ ଲକ୍ଷ ଲିଟର ପାନୀୟ ଜଳ ଯୋଗାଇବାକୁ କେରଳର ପ୍ରସ୍ତାବ

ଚେନ୍ନାଇ: ତାମିଲନାଡୁକୁ ଦୁଇ ନିୟୁତ ଲିଟର ପାନୀୟ ଜଳ ପଠାଇବାକୁ ଆଗ୍ରହୀ ବୋଲି କେରଳ ସରକାର ଗୁରୁବାର ଦିନ କହିଛନ୍ତି।

ତାମିଲନାଡୁର ଆଞ୍ଚଳିକ ପ୍ରଶାସନ ମନ୍ତ୍ରୀ ଏସ୍‌ପି ବେଲୁମଣି ଟୁଇଟର୍‌ରେ ସ୍ପଷ୍ଟ କରି କହିଛନ୍ତି ଯେ ତାମିଲନାଡୁ ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରି ନାହାନ୍ତି। ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ଇଡ଼ାପ୍ପାଡ଼ି କେ ପାଲାନିସ୍ୱାମୀଙ୍କ ଅଧ୍ୟକ୍ଷତାରେ ବସୁଥିବା ବୈଠକରେ ଏ ପ୍ରସଙ୍ଗ ଉପରେ ନିଷ୍ପତ୍ତି ନିଆଯିବ।
କେରଳର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପ୍ରକାଶିତ ଏକ ବିବୃତ୍ତିରେ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ କହିଛନ୍ତି।: ତାମିଲନାଡୁରେ ଉତ୍କଟ ଜଳସଙ୍କଟ ପଡ଼ିଥିବାରୁ, ଆମେ ଟ୍ରେନ୍‌ ଯୋଗେ ୨୦ ଲକ୍ଷ ଲିଟର୍‌ ପାଣି ପଠାଇବାକୁ ଆଗ୍ରହୀ। କିନ୍ତୁ, ସେମାନେ କହିଛନ୍ତି ଯେ ଏକ୍ଷଣି, ସେମାନଙ୍କର ପାଣି ଆବଶ୍ୟକ ନାହିଁ।

ବେଲୁମଣି ଟୁଇଟ୍‌ କରିଛନ୍ତି: ପ୍ରକୃତରେ କେରଳର ମୁଖ୍ୟମନ୍ତ୍ରୀଙ୍କ ସଚିବ ତାମିଲନାଡୁର ମୁଖ୍ୟମନ୍ତ୍ରୀଙ୍କ ସଚିବ ସହ ଯୋଗାଯୋଗ କରି କହିଛନ୍ତି ଯେ କେରଳ ୨୦ ଓ୍ଵାଗନ୍‌ ପାଣି ପଠାଇବାକୁ ପ୍ରସ୍ତୁତ। ମୁଖ୍ୟମନ୍ତ୍ରୀ ଇଡ଼ାପ୍ପାଡ଼ି କେ ପାଲାନିସ୍ୱାମୀ ଡାକ୍ତରୀ ଚିକିତ୍ସା ପାଇଁ ଯାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କ ସଚିବ ଏ ସୂଚନା ଆଞ୍ଚଳିକ ପ୍ରଶାସନ ମନ୍ତ୍ରୀଙ୍କୁ ଦେଇଥିଲେ। ଏ ପ୍ରସ୍ତାବ କଥା ଶୁଣି ଆମେ କେରଳକୁ ଧନ୍ୟବାଦ ଦେଲୁ। କିନ୍ତୁ, ଚେନ୍ନାଇ ଦୈନିକ ୫୨୫ ମିଲିୟନ୍‌ ଲିଟର ପାଣି ଦରକାର କରେ। କିନ୍ତୁ କେରଳ ଦୈନିକ ୨ ମିଲିୟନ୍‌ ଲିଟର୍‌ ପାଣି ଦେବାକୁ କହିଛି। ତେଣୁ ଆମେ କହିଲୁ କି, ନିଜ ଉତ୍ସରୁ ତାମିଲନାଡୁ ଦୈନିକ ୨ ମିଲିୟନ୍‌ ଲିଟର୍‌ ପାଣି ପାଇ ପାରିବ।

Image Source: India Today

ତାମିଲନାଡୁରେ ମରୁଡ଼ି ଭଳି ଜଳ ସଙ୍କଟ ଉପୁଜି ଥିବାରୁ କୋଇମ୍ବାଟୁର୍‌ସ୍ଥିତ ସେଲ୍‌ଓ୍ଵା ଚିନ୍ତାମମଣି ହ୍ରଦ ତଟରେ ଅନେକ ମାଛ ମରିପଡ଼ିଥବା ଦେଖାଯାଇଛି।

ସମ୍ବନ୍ଧିତ ଖବର