ଅଯୋଧ୍ୟା ରାୟ: ଫେସବୁକରେ ଉତ୍ତେଜକ ମେସେଜ୍ ପୋଷ୍ଟ କରିଥିବାରୁ ୨ ଯୁବକଙ୍କ ବିରୋଧରେ ମାମଲା ରୁଜୁ କଲା ପୁଲିସ

କୋଚି: ଆଜି ଅଯୋଧ୍ୟା ରାମ ମନ୍ଦିରକୁ ନେଇ ସୁପ୍ରିମକୋର୍ଟ ନିଜର ଐତିହାସିକ ରାୟ ଶୁଣାଇଥିଲେ। ବିବାଦୀୟ ଢାଞ୍ଚା ଉପରେ ମନ୍ଦିର ନିର୍ମାଣ ହେବ ଏବଂ ମସଜିଦ୍ ନିର୍ମାଣ ପାଇଁ ମୁସଲମାନମାନଙ୍କୁ ବିକଳ୍ପ ଜମି ଯୋଗାଇ ଦିଆଯିବ ବୋଲି ଶନିବାର ଦିନ ସୁପ୍ରିମ୍ କୋର୍ଟ ରାୟ ଶୁଣାଇଥିଲେ। ବିବାଦୀୟ ଢାଞ୍ଚା ଉପରେ ମନ୍ଦିର ନିର୍ମାଣ ଲାଗି ତିନି ମାସ ମଧ୍ୟରେ ଏକ ଯୋଜନା କରି କେନ୍ଦ୍ର ସରକାର  ଟ୍ରଷ୍ଟ ବୋର୍ଡ ଗଠନ କରିବେ। ବୋର୍ଡ ଅଫ୍ ଟ୍ରଷ୍ଟିଙ୍କୁ କେନ୍ଦ୍ର ସରକାର ବିବାଦୀୟ ସ୍ଥାନ ହସ୍ତାନ୍ତର କରିବେ ଏବଂ ଅଯୋଧ୍ୟାଠାରେ ସୁନ୍ନି ଓ୍ଵାକଫ୍ ବୋର୍ଡକୁ ୫ ଏକର ବିଶିଷ୍ଟ ବିକଳ୍ପ ଜମି ଯୋଗାଇ ଦେବେ ବୋଲି ରାୟରେ କୁହାଯାଇଥିଲା। ତେବେ ରାୟ ଆସିବା ପରେ କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତି ରୋକିବା ପାଇଁ ସାରା ଦେଶର ପୁଲିସ ପ୍ରସ୍ତୁତ ରହିଥିବା ବେଳେ କେରଳର ଦୁଇ ଯୁବକଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଥିବା ଜଣ ପଡ଼ିଛି। ଦୁହେଁ ରାୟ ଆସିବା ପୂର୍ବରୁ ଶୁକ୍ରବାର ଫେସବୁକରେ ଅଯୋଧ୍ୟା ମାମଲାକୁ ନେଇ ଉତ୍ତେଜକ ପୋଷ୍ଟ କରିଥିଲେ।

Image result for ayodhya-verdict-kerala-police-book-2-for-posting-inflammatory-facebook-messages"
India Today

ପୁଲିସର କହିବା ମୁତାବକ, ଶୁକ୍ରବାର ୨ଯୁବକ ଫେସବୁକରେ ଉତ୍ତେଜକ ମେସେଜ୍ ପୋଷ୍ଟ କରିଥିବା ଦେଖିଥିଲା କୋଚି କମିସନରେଟ୍ ପୁଲିସର ମିଡିଆ ଆଣ୍ଡ ଇଣ୍ଟରନେଟ୍ ମନିଟରିଂ ସେଲ୍। ଏହା ପରେ ଦୁହିଁଙ୍କର ସଂପୂର୍ଣ୍ଣ ବିବରଣୀ ବାହାର କରି ମିଡିଆ ଆଣ୍ଡ ଇଣ୍ଟରନେଟ୍ ମନିଟରିଂ ସେଲ୍ ଏର୍ଣ୍ଣକୁଲମ୍ ସେଣ୍ଟ୍ରାଲ ପୁଲିସ ଷ୍ଟେସନର ଷ୍ଟେସନ ହାଉସ୍ ଅଫିସର ଏସ୍. ବିଜୟଶଙ୍କରଙ୍କୁ ପଠାଇଥିଲେ। ଖବର ପାଇ ଷ୍ଟେସନ ହାଉସ୍ ଅଫିସର ଏସ୍. ବିଜୟଶଙ୍କର ବିଭିନ୍ନ ଧାରା ଅନୁଯାୟୀ ଶନିବାର ଦୁହିଁଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ଆଗକୁ ଯେମିତି ଏଭଳି ପରିସ୍ଥିତି ନ ଉପୁଜେ ସେ ନେଇ ପୁଲିସ ସଜାଗ ରହିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର