ଦୁଷ୍କର୍ମକାରୀକୁ ବିବାହ କରିବାକୁ ସୁପ୍ରିମ୍‌ କୋର୍ଟରେ କେରଳ ପୀଡ଼ିତାଙ୍କ ଆବେଦନ

ତିରୁଅନନ୍ତପୁରମ୍‌: କେରଳର ଜଣେ ଦୁଷ୍କର୍ମ ପୀଡ଼ିତା ଅତ୍ୟନ୍ତ ଅପ୍ରତ୍ୟାଶିତ ଭାବେ ତାଙ୍କୁ ଦୁଷ୍କର୍ମ କରିଥିବା ବ୍ୟକ୍ତିଙ୍କୁ ବିବାହ କରିବାପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ପୀଡ଼ିତା କେରଳର ଜଣେ ୫୩ ବର୍ଷୀୟ କ୍ୟାଥୋଲିକ୍‌ ପାଦ୍ରୀ ରବିନ ବଡ଼କ୍କୁମଚେରୀଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହୋଇଥିଲେ। ୨୦୧୭ ଫେବ୍ରୁଆରି ୭ରେ ସେ ଏକ ଶିଶୁକୁ ଜନ୍ମ ଦେଇଥିଲେ। ତେବେ ଉକ୍ତ ମାମଲାରେ ଅଭିଯୁକ୍ତି ରବିନ ୨୦୧୭ ଫେବ୍ରୁଆରି ୨୭ରେ ଗିରଫ ହୋଇଥିଲେ। ୨୦୧୯ ‌ଫେବ୍ରୁଆରି ୨୭‌ରେ ପୋକ୍ସ କୋର୍ଟ ତାଙ୍କୁ ୨୦ ବର୍ଷ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଥିଲେ। କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟଜନକ ହେଉଛି ପୀଡ଼ିତା ଏବେ ଅଭିଯୁକ୍ତ ପାଦ୍ରୀଙ୍କୁ ବିବାହ କରିବାପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ।

ସେ ଅଭିଯୁକ୍ତ ପାଇଁ ଜାମିନ ଆଦେବନ କରିଛନ୍ତି। ଫଳରେ ସେମାନଙ୍କ ବିବାହ ସମ୍ପନ୍ନ ହୋଇପାରିବ। ପୀଡ଼ିତା କହିଛନ୍ତି, ‌ଏହି ବିବାହ ତାଙ୍କ ନିଜ ଇଚ୍ଛାରେ ହେବ। ଉଲ୍ଲେଖଯୋଗ୍ୟ ଅଭିଯୁକ୍ତ ପାଦ୍ରୀ ନାବାଳିକାଙ୍କୁ ବିବାହ କରିବାପାଇଁ ପୂର୍ବରୁ କେରଳ ହାଇକୋର୍ଟରେ ଆବେଦନ କରିଥିଲେ। କିନ୍ତୁ କୋର୍ଟ ଏହା ଖାରଜ କରିଦେଇଥିଲେ। ଏବେ ପୀଡ଼ିତା ବିବାହ ପାଇଁ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିବାରୁ କୋର୍ଟଙ୍କ ରାୟ କ’ଣ ରହିବ ତା’ ଉପରେ ନଜର ରହିଛି। ଆସନ୍ତା ସୋମବାର ଏହି ମାମଲାର ଶୁଣାଣି ଅଛି।

ସମ୍ବନ୍ଧିତ ଖବର