ଶିଖର ବୈଠକ ପାଇଁ ଦକ୍ଷିଣ କୋରିଆର ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କଲେ କିମ୍ ଜୋଙ୍ଗ୍
ସିଓଲ/ପେୟୋଙ୍ଗ୍ଚାଙ୍ଗ୍: ଆଲୋଚନା ପାଇଁ ଉତ୍ତର କୋରୀୟ ନେତା କିମ୍ ଜୋଙ୍ଗ୍ ଉନ୍ ଦକ୍ଷିଣ କୋରୀୟ ରାଷ୍ଟ୍ରପତି ମୁଉନ୍ ଜୟେ-ଇନ୍ଙ୍କୁ ପିୟୋଙ୍ଗ୍ୟାଙ୍ଗ୍କୁ ନିମନ୍ତ୍ରଣ କରିଥିବା କଥା ଶନିବାର ଦିନ ଦକ୍ଷିଣ କୋରୀୟ ଅଧିକାରୀମାନେ କହିଛନ୍ତି। ୧୦ ବର୍ଷ ପରେ କୋରୀୟ ନେତାମାନେ ପରସ୍ପର ସହ ସାକ୍ଷାତ୍ କରୁଛନ୍ତି। ଏହି ଆଲୋଚନା ମୁଉନ୍ଙ୍କ ପାଇଁ କୂଟନୈତିକ ବିଜୟ ସାବ୍ୟସ୍ତ ହୋଇପାରେ। କାରଣ ସେ ଉତ୍ତର କୋରିଆର ଆଣବିକ ଏବଂ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମଜନିତ ଅଚଳାବସ୍ଥାର ସମାଧାନ କରିବାକୁ ଅଧିକ ଉଦ୍ୟମ କରିବେ କହି ଗତବର୍ଷ କ୍ଷମତାକୁ ଆସିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସିଓଲ୍ସ୍ଥିତ ପ୍ରେସିଡେନ୍ସିଆଲ୍ ବ୍ଲୁ’ରେ ମୁଉନ୍ ଆପ୍ୟାୟିତ କରିଥିବା ଲଞ୍ଚ୍ ଏବଂ ଆଲୋଚନା ବେଳେ ମୁଉନ୍ଙ୍କୁ କିମ୍ଙ୍କ ତରଫରୁ ବ୍ୟକ୍ତିଗତ ନିମନ୍ତ୍ରଣ କରିଥିଲେ କିମ୍ଙ୍କ ସାନ ଭଉଣୀ କିମ୍ ୟୋ ଜୋଙ୍ଗ୍।
ନିକଟ ଭବିଷ୍ୟତରେ କିମ୍ ଜୋଙ୍ଗ୍ ଉନ୍ ମୁନ୍ଙ୍କୁ ଭେଟିବାକୁ ଚାହୁଁଛନ୍ତି। ତେଣୁ ଯଥାସମ୍ଭ ଶୀଘ୍ର ଉତ୍ତର କୋରିଆ ଆସନ୍ତୁ ବୋଲି କିମ୍ଙ୍କ ଭଉଣୀ ମୁଉନ୍ଙ୍କୁ କହିଛନ୍ତି।
ମୁଉନ୍ ନିମନ୍ତ୍ରଣ ରକ୍ଷା କରିଥିବା କଥା କହିଛନ୍ତି ବ୍ଲୁ ହାଉସ୍ର ଜଣେ ଅଧିକାରୀ।