ଲଖିମ୍‌ପୁର ଖେରି ମାମଲା‌ରେ ୟୁପି ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ: ଆଶିଷ ମିଶ୍ରାଙ୍କୁ ଏ ପର୍ଯ୍ୟନ୍ତ କାହିଁକି ଗିରଫ କରାଯାଇନି

ନୂଆଦିଲ୍ଲୀ: ଲଖିମ୍‌ପୁର ଖେରି ଘଟଣାରେ ରାଜ୍ୟ ସରକାର ଗ୍ରହଣ କରିଥିବା ପଦକ୍ଷେପରେ ସନ୍ତୁଷ୍ଟ ହୋଇ ନ ଥିବା କଥା ଆଜି ଲଖିମ୍‌ପୁର ହିଂସାକାଣ୍ଡ ମାମଲାର ଶୁଣାଣି କରି ସୁପ୍ରିମ୍‌ କୋର୍ଟ କହିଛନ୍ତି। ଆଶିଷ ମିଶ୍ରାଙ୍କୁ କାହିଁକି ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ ବୋଲି ମଧ୍ୟ ଅଦାଲତ ପଚାରିଛନ୍ତି।

ଉତ୍ତର ପ୍ରଦେଶ ସରକାରଙ୍କ ତରଫରୁ ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ଆଡ୍‌ଭୋକେଟ୍‌ ହରିଶ ସାଲଭେ ଅଦାଲତଙ୍କୁ ପ୍ରତିଶ୍ରୁତି ଦେଇ କହିଲେ ଯେ, ଗ୍ରହଣ କରାଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ସେ ଉତ୍ତର ପ୍ରଦେଶ ସରକାରଙ୍କ ସହ ଯୋଗାଯୋଗ କରିବେ।

Image Courtesy of Mint

ସୁପ୍ରିମ୍‌ କୋର୍ଟ ପୁଣି ଅକ୍ଟୋବର ୨୦ ତାରିଖ ଦିନ ଏହି ମାମଲାର ଶୁଣାଣି କରିବେ ବୋଲି ଦିନ ଧାର୍ଯ୍ୟ କରିଛନ୍ତି। ଏହାଛଡ଼ା, ଏହି ମାମଲାର ତଦନ୍ତ ପାଇଁ ବିକଳ୍ପ ଉପାୟ ଖୋଜିବା ଏବଂ ପ୍ରମାଣ ସୁରକ୍ଷିତ ରଖିବାକୁ ରାଜ୍ୟର ସର୍ବୋଚ୍ଚ ଅଧିକାରୀମାନଙ୍କ ସହ ଯୋଗାଯୋଗ କରାଯିବ ବୋଲି ମଧ୍ୟ ସୁପ୍ରିମ୍‌ କୋର୍ଟ କହିଛନ୍ତି।

ଏହି ମାମଲାର ଶୁଣାଣି କରୁଥିବା ଭାରତର ପ୍ରଧାନ ବିଚାରପତିଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଛନ୍ତି ଯେ, ଏଥିରେ ଜନତା ସମ୍ପୃକ୍ତ ଥିବାରୁ ‘ସିବିଆଇ’କୁ ଆଣିବା ସମାଧାନ ନୁହେଁ।

ମାମଲା ଶୁଣାଣି ଆରମ୍ଭରେ ପ୍ରଧାନ ବିଚାରପତି କହିଲେ, ଆମ ପାଖକୁ ଅନେକ ଇ-ମେଲ୍‌ ଆସିଛି। କିନ୍ତୁ, ଆମେ ଏହି ଦୁଇଜଣ ଓକିଲ ଏବଂ ରାଜ୍ୟ ସରକାରଙ୍କ ଓକିଲଙ୍କ ଛଡ଼ା ଅନ୍ୟ କାହାକୁ କହିବା ପାଇଁ ଅନୁମତି ଦେବୁନାହିଁ।

ସମ୍ବନ୍ଧିତ ଖବର