ପାଟନା : ଆର୍ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଏବେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅଛନ୍ତି। ଗତକାଲି ଫୁସ୍ଫୁସ୍ ସଂକ୍ରମଣ ସମସ୍ୟା ଯୋଗୁ ତାଙ୍କୁ ରାଂଚିରୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉଦ୍ବେଗଜନକ ରହିଛି ଏବଂ କିଡ୍ନି ମାତ୍ର ୨୫ ପ୍ରତିଶତ କାମ କରୁଥିବା ଜଣାପଡ଼ିଛି। ଆଜି ଲାଲୁଙ୍କୁ କ୍ରିଟିକାଲ କେୟାର ୟୁନିଟ୍ (ସିସିୟୁ)ରେ ରଖାଯାଇଛି। ଲାଲୁଙ୍କ ନିକଟରେ ଏବେ ହସ୍ପିଟାଲ୍ରେ ପତ୍ନୀ ରାବ୍ଡ଼ି ଦେବୀ ଏବଂ ଝିଅ ମିସା ଅଛନ୍ତି। ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଲାଲୁଙ୍କ ସ୍ବାସ୍ଥ୍ୟ ତଦାରଖ କରୁଛନ୍ତି।