ଟ୍ରମ୍ପଙ୍କ ସୁରକ୍ଷା ପାଇଁ ନିୟୋଜିତ ହେବେ ହନୁମାଙ୍କଡ଼, ପାତି ମାଙ୍କଡଙ୍କୁ ଘଉଡାଇବେ ହନୁମାଙ୍କଡ
ନୂଆଦିଲ୍ଲୀ: ଆସନ୍ତା ୨୪ରେ ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏଥିପାଇଁ ଟ୍ରମ୍ପଙ୍କ ସୁରକ୍ଷା ଉପରେ ଜୋର ଦିଆଯାଇଛି । ପ୍ରାୟ ୧୦ କମ୍ପାନୀ ସିଆରପିଏଫ ଯବାନଙ୍କ ସହ ଏଟିଏସ ଓ ଏନଏସଜି କମାଣ୍ଡୋ ମଧ୍ୟ ମୁତୟନ ହେବେ | ସେହିପରି ଆମେରିକା କମାଣ୍ଡୋମାନେ ମଧ୍ୟ ଗୁପ୍ତ ଭାବେ ଟ୍ରମ୍ପଙ୍କ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବେ | ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଟ୍ରମ୍ପଙ୍କ ସୁରକ୍ଷା ଦାୟିତ୍ୱ କେବଳ ଭାରତ ଓ ଆମେରିକାର କମାଣ୍ଡୋଙ୍କ ହାତରେ ରହିବ ନାହିଁ ବରଂ ପଶୁଙ୍କ ହାତରେ ମଧ୍ୟ ରହିବ |
Sambad is now on WhatsApp
Join and get latest news updates delivered to you via WhatsApp
ଆଗ୍ରା ଗସ୍ତ ସମୟରେ ପାତି ମାଙ୍କଡମାନେ ପର୍ଯ୍ୟଟକଙ୍କୁ ହଇରାଣ କରୁଥିବାରୁ କାଳେ ଟ୍ରମ୍ପଙ୍କ ଗସ୍ତ ସମୟରେ ମଧ୍ୟ ଏମାନେ ବିଶୃଙ୍ଖଳା ସୃଷ୍ଟି କରିବେ ସେଥିପାଇଁ ୫ଟି ହନୁମାଙ୍କଡଙ୍କୁ ନିୟୋଜିତ କରାଯିବ | ଏହି ୫ଟି ପ୍ରଶିକ୍ଷିତ ହନୁମାଙ୍କଡ ପାତି ମାଙ୍କଡ଼ଙ୍କୁ ଘଉଡାଇବାରେ ସହାୟକ ହେବେ | ଟ୍ରମ୍ପ ଯିବାକୁ ଥିବା ରାସ୍ତାକୁ କଡ଼ା ସୁରକ୍ଷାବଳୟ ମଧ୍ୟରେ ରଖାଯିବା ସଭାସ୍ଥଳରେ ଉଭୟ ଭାରତୀୟ ଓ ଆମେରିକା ସୁରକ୍ଷାକର୍ମୀ ଟ୍ରମ୍ପଙ୍କ ପାଇଁ ସୁରକ୍ଷାକବଚ ହୋଇ ଛିଡା ହେବେ ।
ଆମେରିକା ରାଷ୍ଟ୍ରପତିଙ୍କ ଅଧିକାରିକ ହେଲିକପ୍ଟର ଭାରତରେ ପହଞ୍ଚିଛି । ସେହିଭଳି ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ଗ୍ଲୋବାଲ ମାଷ୍ଟର ମଧ୍ୟ ଅହମ୍ମଦାବାଦ ବିମାନବନ୍ଦରରେ ପହଞ୍ଚି ସାରିଛି । ଏଥିରେ ଆମେରିକାର ପ୍ରଶିକ୍ଷିତ କୁକୁର, ଅଗ୍ନି ନିରାପତ୍ତା ବ୍ୟବସ୍ଥା, ସ୍ପାଇ କ୍ୟାମେରା, କମାଣ୍ଡୋଙ୍କ ସମେତ ସୁରକ୍ଷା ସମ୍ବନ୍ଧୀୟ ସମସ୍ତ ସାମଗ୍ରୀ ଅଣାଯାଇଛି ।