ବିମାନ ଭିତରେ ଲ୍ୟାପ୍‌ଟପ୍‌ରେ ଲାଗିଲା ନିଆଁ, ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଇଣ୍ଡିଗୋ ଯାତ୍ରୀ

ନୂଆଦିଲ୍ଲୀ: ଇଣ୍ଡିଗୋ ତିରୁବନନ୍ତପୁରମ-ବେଙ୍ଗାଲୁରୁ ବିମାନ ଗତ ଶନିବାର ଏକ ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତ ଯାଇଛି। ଇଣ୍ଡିଗୋ ବିମାନ ଭିତରେ ଜଣେ ଯାତ୍ରୀ ନେଉଥିବା ଲ୍ୟାପଟପରେ ନିଆଁ ଲାଗିବାରୁ ବିମାନଟି ଜରୁରୀକାଳୀନ ଅବତରଣ କରିବାକୁ ପଡ଼ିଥିଲା। କିଛି ଦିନ ତଳେ ଦିଲ୍ଲୀ-ଇନ୍ଦୋର ବିମାନ ଭିତରେ ମୋବାଇଲ ଫୋନ୍‌ ବିସ୍ଫୋରଣ ହେବାର ଖବର ପ୍ରକାଶ ପାଇଥିଲା।

ଇଣ୍ଡିଗୋ କର୍ତ୍ତୃପକ୍ଷଙ୍କ କହିବାନୁସାରେ, ନଭେମ୍ବର ୧୧ ତାରିଖରେ ତିରୁବନନ୍ତପୁରମ-ବେଙ୍ଗାଲୁର ଇଣ୍ଡିଗୋ ବିମାନ ୬ଇ-୪୪୫ରେ ଉଡାଣ କରୁଥିବା ସମୟରେ ଯାତ୍ରୀ ବସିଥିବା ସ୍ଥାନରୁ ପୋଡ଼ା ଗନ୍ଧ ହେଉଥିବା ନେଇ ବିମାନ କ୍ରିଉଙ୍କୁ ଅନୁଭବ ହୋଇଥିଲା। ଏହାପରେ ବିମାନ ଭିତରେ ଥିବା କ୍ର୍ୟୁ ମେମ୍ବର ସଙ୍ଗେସଙ୍ଗେ ଖୋଜାଖୋଜି ଆରମ୍ଭ କରିଦେଲେ, କେଉଁଠାରୁ ଆସୁଛି ଗନ୍ଧ। ଏହାପରେ ସିଟି ନମ୍ବର ୨୪ଆର୍‌ଏଚ ଉପର କ୍ୟାବିନର ଗନ୍ଧ ଆସୁୁଥିବା ଜାଣି ପାରିଥିଲେ। ଏହାପରେ ଉକ୍ତ କ୍ୟାବିନ ଭିତରେ ଥିବା ଏକ ଲାପଟପରୁ ପୋଡ଼ାଗନ୍ଧରୁ ବାହାରୁ ଥିବା ସ୍ପଷ୍ଟ ହୋଇଥିଲା।

ଏହାପରେ ତୁରନ୍ତ ପାଇଲଟ-ଇନ୍‌-କମାଣ୍ଡଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ କ୍ୟାବିନ କ୍ରୁ। । ପାଇଲଟଙ୍କ ନିର୍ଦ୍ଦେଶ କ୍ରମେ ପ୍ରଥମେ ଲାପଟପଟିକୁ ବାହାର କରି ତା’ଉପରେ ଫାୟାର ଏକ୍ସଟିଙ୍ଗୁଇସର୍‌ ପ୍ରୟୋଗ କରାଯାଇଥିଲା। କୌଣସି କାରଣରୁ ସ୍ପାର୍କିଂ ହୋଇ ଲାପଟପରେ ନିଆଁ ଧରିଯାଇଥିବା ଜଣାପଡ଼ିଥିଲା।

ଯାତ୍ରୀମାନଙ୍କୁ ଭୟ ନକରି ନିରବତା ରକ୍ଷା କରି ସିଟ ଛାଡ଼ିବାକୁ କୁହାଯାଇଥିଲା। ଏହାପରେ ବିମାନ ଭିତରେ ଥିବା ଶୌଚାଳୟର ଏକ ପାଣି କୁଣ୍ଡରେ ଲ୍ୟାପଟପ୍‌କୁ ବୁଡାଇ ରଖା ଯାଇଥିଲା। ଘଟଣା ସଂପର୍କରେ ଡିଜିସିଏ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲା। ପାଇଲଟ୍‌ ସୁରକ୍ଷିତ ଭାବେ ବିମାନକୁ ବେଙ୍ଗାଲୁରୁରେ ଅବତରଣ କରାଇଥିଲେ। ଯାତ୍ରୀଙ୍କୁ ଭୟ କରିବାର କୌଣସି କାରଣ ନାହିଁ ବୋଲି ଡିଜିସିଏ ପକ୍ଷରୁ ସୂଚନା ଦିଆଯାଇଥିଲା। ଯାତ୍ରୀମାନେ ବି ବିମାନ ଭିତରେ ଏହି ନିଆଁ ଲିଭାଇବାରେ ଆମକୁ ସାହାଯ୍ୟ କରିଥିବାରୁ ତାଙ୍କୁ ଅଶେଷ ଧନ୍ୟବାଦ ଇଣ୍ଡିଗୋ ବିମାନ ପକ୍ଷରୁ ବୋଲି କହିଥିଲେ ଡିଜିସିଏ।

ସମ୍ବନ୍ଧିତ ଖବର