ଲକ୍ଷ୍ମୌରୁ ଲସ୍କର-ଇ-ତୈବା ଆତଙ୍କବାଦୀ ଗିରଫ

ଲକ୍ଷ୍ମୌ: ଉତ୍ତରପ୍ରଦେଶର ଲକ୍ଷ୍ମୌରୁ ମଙ୍ଗଳବାର ଲସ୍କର-ଇ-ତୈବାର ଜଣେ ଆତଙ୍କବାଦୀଙ୍କୁ ସୁରକ୍ଷା କର୍ମୀ ଗିରଫ କରିଛନ୍ତି। ଗିରଫ ଲସ୍କର-ଇ-ତୈବା ଆତଙ୍କବାଦୀକୁ ଏନ୍‌ଆଇଏକୁ ହସ୍ତାନ୍ତର କରି ଦିଆଯାଇଛି। ରାଷ୍ଟ୍ରୀୟ ଅନୁସନ୍ଧାନ ଏଜେନ୍ସି(ଏନ୍‌ଆଇଏ) ଓ ଆତଙ୍କବାଦୀ ବିରୋଧୀ ସ୍କ୍ଵାର୍ଡ (ଏଟିଏସ୍‌) ଦ୍ୱାରା ମିଳିତ ଭାବେ କରାଯାଇଥିବା ଏକ ଅପରେସନ୍‌ ସମୟରେ ଏହି ସଫଳତା ମିଳିଛି । ପାକିସ୍ତାନ ସହିତ ଏହି ଆତଙ୍କବାଦୀ ସିଧାସଳଖ ସମ୍ପର୍କ ରଖିଥିବା ନେଇ ସୂଚନା ହସ୍ତଗତ ହୋଇଛି।

ଏହା ପୂର୍ବରୁ ମଙ୍ଗଳବାର ଦିଲ୍ଲୀର ଏକ ଅଦାଲତ କଶ୍ମୀର ନିୟନ୍ତ୍ରଣ ରେଖା ନିକଟରୁ ଗିରଫ କରାଯାଇଥିବା ଲସ୍କର-ଇ-ତୈବାର ଏକ ଆତଙ୍କବାଦୀକୁ ୧୦ଦିନ ପାଇଁ ଏନ୍‌ଆଇଏ କଷ୍ଟୋଡିକୁ ପଠାଇ ଦେଇଛନ୍ତି।

ସୂଚନାଯୋଗ୍ୟ, ନଭେମ୍ବର ୨୧ରେ ଉତ୍ତର କଶ୍ମୀରରେ ଭାରତୀୟ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନ୍‌କାଉଣ୍ଟରେ ଚାଲିଥିଲା। ଏହି ଏନ୍‌କାଉଣ୍ଟରରେ ତିନିଜଣ ଲସ୍କର ଆତଙ୍କବାଦୀ ନିହତ ହୋଇଥିଲେ। ଏଥିରେ ଭାରତୀୟ ସେନା ବି ସହିଦ ହୋଇଥିଲେ। ଏହାପରେ ଅପରେସନ୍‌ ଜାରି ଥିବା ବେଳେ ମହମ୍ମଦ ଅମିର ଅବାନ ନାମକ ଆତଙ୍କବାଦୀକୁ ନଭେମ୍ବର ୨୪ ତାରିଖରେ ଉତ୍ତର କଶ୍ମୀର ହାଥଓ୍ଵାଡା ଅଞ୍ଚଳରୁ ଭାରତୀୟ ସେନା ଗିରଫ କରିଥିଲା।

ସମ୍ବନ୍ଧିତ ଖବର