ଦିଲ୍ଲୀରେ ଓକିଲ ଧର୍ମଘଟ ପ୍ରତ୍ୟାହୃତ, ଶନିବାରଠାରୁ କାର୍ଯ୍ୟରେ ଯୋଗ ଦେବେ

ନୂଆଦିଲ୍ଲୀ : ଦିଲ୍ଲୀରେ ଗତ ଦୁଇ ସପ୍ତାହ ଧରି ଚାଲିଥିବା ଅଇନଜୀବି ଧର୍ମଘଟ ପ୍ରତ୍ୟାହାର ହୋଇଛି । ଏହି ବିବାଦର ସମାଧାନ ପନ୍ଥା ବାହାର କରିବାକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ଦିଲ୍ଲୀର ଅଲ ଡିଷ୍ଟ୍ରିକ୍ଟ କୋର୍ଟ ବାର ଆସୋସିଏସର କୋର୍ଡିନେସନ କମିଟିର ବୈଠକ ବସି ଧର୍ମଘଟ ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଗତ କାଲି ଦିଲ୍ଲୀ ପୁଲିସ ତିସ ହଜାରୀ କୋର୍ଟରେ ଡ୍ୟୁଟି ଆରମ୍ଭ କରିବା ପରେ ଓକିଲମାନେ ଏହି ନିଷ୍ପତ୍ତି ନେଇଛନ୍ତି ।

ଏ ସଂପର୍କରେ କୋର୍ଡିନେସନ କମିଟିର ଚେୟାରମ୍ୟାନ ମହାବୀର ଶର୍ମା କହିଛନ୍ତି ଯେ ଆମେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଉଛୁ । ଶନିବାରଠାରୁ ସବୁ ଆଇନଜୀବି କାର୍ଯ୍ୟରେ ଯୋଗ ଦେବେ । କିନ୍ତୁ ଓକିଲଙ୍କ ସୁରକ୍ଷା ପାଇଁ ଆମର ଆନ୍ଦୋଳନ ଜାରି ରହିବ ।

ଗତ ନଭେମ୍ବର ୨ରେ ଦିଲ୍ଲୀର ତିସ ହଜାରୀ କୋର୍ଟରେ ଓକିଲ ପୁଲିସ ଗଣ୍ଡଗୋଳ ପରେ ଦିଲ୍ଲୀ ପୁଲିସ ପକ୍ଷରୁ ଧର୍ମଘଟ କରାଯାଇଥିଲା । ଏହାର ଜବାବରେ ଓକିଲମାନେ ମଧ୍ୟ ଧର୍ମଘଟ ଆରମ୍ଭ କରିଥିଲେ ।

ସମ୍ବନ୍ଧିତ ଖବର