ସିଗାରେଟ ସହ ଗୁଟଖା ବିକିବାକୁ ଏଣିକି ଦୋକାନୀଙ୍କୁ ନେବାକୁ ପଡିବ ଲାଇସେନ୍ସ, ନହେଲେ ଦେବେ ୫ ହଜାର ଟଙ୍କାର ଜରିମାନା

ଗାଜିଆବାଦ: ଉତ୍ତରପ୍ରଦେଶର ପ୍ରାୟ ୧୬ଟି ସହରରେ ବର୍ତ୍ତମାନ ତମାଖୁ, ଗୁଟଖା ଏବଂ ସିଗାରେଟ୍ ବିକ୍ରୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଲାଇସେନ୍ସ ବାଧ୍ୟତାମୂଳକ ହୋଇଛି। ତେବେ ଗାଜିଆବାଦରେ ଦୋକାନୀମାନଙ୍କୁ ଏହି ମାସରୁ ଲାଇସେନ୍ସ ନେବାକୁ ପଡ଼ିବ | ଏ ସମ୍ପର୍କରେ ଉତ୍ତରପ୍ରଦେଶ ସରକାର ଏକ ବିଜ୍ଞପ୍ତି ଜାରି କରିଛନ୍ତି। ତେବେ ଗାଜିଆବାଦ ମ୍ୟୁନିସିପାଲିଟି କର୍ପୋରେସନ୍ ଏକ ପୃଥକ ନିୟମ ପ୍ରସ୍ତୁତ କରିଛି। ସେହି ଅନୁଯାୟୀ, ଏହି ମାସରୁ ଦୋକାନୀମାନଙ୍କୁ ଲାଇସେନ୍ସ ପ୍ରଦାନ କରାଯିବ।

ଏହି ନିୟମ ଅନୁଯାୟୀ ଜିଲ୍ଲାର ଦୋକାନୀମାନଙ୍କୁ ତିନୋଟି ଶ୍ରେଣୀରେ ବିଭକ୍ତ କରାଯାଇଛି। ଆଉ ବର୍ତ୍ତମାନ ଗାଜିଆବାଦର ପ୍ରତ୍ୟେକ ଦୋକାନୀ ବିନା ଲାଇସେନ୍ସରେ ଗୁଟଖା, ସିଗାରେଟ୍ ଏବଂ ତମାଖୁ ବିକ୍ରି କରିପାରିବେ ନାହିଁ। ଗତ ମାସରେ, ଗାଜିଆବାଦ, ମିରଟ ସମେତ ଉତ୍ତରପ୍ରଦେଶର ୧୬ଟି ସହରରେ ବିଡି, ସିଗାରେଟ୍, ତମାଖୁ ଏବଂ ଗୁଟଖା ଭଳି ଉତ୍ପାଦ ବିକ୍ରୟ ପାଇଁ ଦୋକାନୀମାନଙ୍କ ପାଇଁ ଲାଇସେନ୍ସ ନେବା ବାଧ୍ୟତାମୂଳକ କରାଯାଇଥିଲା।

ମ୍ୟୁନିସିପାଲିଟି କର୍ପୋରେସନ୍ କହିଛି ଯେ ଲାଇସେନ୍ସ ବିନା ବାଣିଜ୍ୟିକ ମଲ୍, ହୋଲସେଲ ବଜାର, ବଡ ବଜାର, ଗ୍ରୋସରୀ ଷ୍ଟୋର୍ଇତ୍ୟାଦିରେ ତମାଖୁ ଉତ୍ପାଦ ବିକ୍ରି ହେବ ନାହିଁ | ଏହାର ଉଲ୍ଲଂଘନ କଲେ ୨୦୦୦ ଟଙ୍କାରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିପାରେ | ଏଥିସହ ଦୋକାନରେ ରଖାଯାଇଥିବା ଗୁଟଖା, ତମାଖୁ, ବିଡି ଏବଂ ସିଗାରେଟ୍ ଜବତ କରାଯିବ।

ସମ୍ବନ୍ଧିତ ଖବର