ଲାଇଭ୍ ଟିଭି ସୋ’ରେ ବିଜେପି ନେତାଙ୍କୁ ଜୋତାମାଡ଼, ଦେଖନ୍ତୁ ଭିଡିଓ

ହାଇଦ୍ରାବାଦ: ଲାଇଭ ଟିଭି ସୋ’ରେ  ବିଜେପି ନେତାଙ୍କୁ ଚପଲରେ ମାରିଲେ ବିପକ୍ଷ ନେତା। ରାଜନୈତିକ ବିତର୍କ ଚାଲୁଥିବା ବେଳେ ଘଟିଛି ଏଭଳି ଆଶ୍ଚର୍ଯ୍ୟ କଲାଭଳି ଘଟଣା। ଗୋଟିଏ ବିଷୟକୁ ନେଇ ଏକ ତେଲୁଗୁ ନିଉଜ ଚ୍ୟାନେଲରେ ବିତର୍କ ଚାଲୁଥିବା ବେଳେ ହଠାତ୍ ଦୁଇ ନେତାଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା। ବଚସା ବେଳେ ଉତକ୍ଷିପ୍ତ ହୋଇ ବିତର୍କରେ ଯୋଗ ଦେଇଥିବା ଜଏଣ୍ଟ ଆକ୍ସନ କମିଟି(ଜେଏସି)ର ସଦସ୍ୟ ବିଜେପି ନେତାଙ୍କୁ ଗୋଡ଼ରୁ ଚପଲ କାଢ଼ି ଦେଖାଇଥିଲେ ଓ ଏହାପରେ ଚପଲରେ ପିଟିଥିଲେ । ଲାଇଭ ସୋ’ରେ ଘଟିଥିବା ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୂଚନା ମୁତାବକ, ଲାଇଭ ଟିଭି ବିତର୍କରେ ପ୍ୟାନେଲିଷ୍ଟ ଭାବରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଏସ ବିଷ୍ଣୁ ବର୍ଦ୍ଧନ ରେଡ୍ଡୀଙ୍କୁ ଜଏଣ୍ଟ ଆକ୍ସନ କମିଟି(ଜେଏସି)ର ସଦସ୍ୟ କେ ଶ୍ରୀନିବାସ ରାଓ ଜୋତାରେ ମାରୁଥିବା ଦେଖିବାକୁ ମିଳିଛି । ଲାଇଭ ସୋ’ରେ ବିଜେପି ନେତା ବାରମ୍ବାର ଶ୍ରୀନିବାସଙ୍କର ଟିଡିପି ସହ ସଂପର୍କ ଥିବା କହିିବା ପରେ କେ ଶ୍ରୀନିବାସ ରାଓ ତାଙ୍କୁ ରାଗରେ ଆସି ଏପରି ଅଶାଳୀନ ଆଚରଣ କରିଥିବା ଜଣାପଡ଼ିଛି।

ଭିଡିଓ ‌ସୌଜନ୍ୟ: ୱାନ୍ ଇଣ୍ଡିଆ

ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ, କିଛି ସମୟ ପର୍ଯ୍ୟନ୍ତ ଏସ ବିଷ୍ଣୁ ବର୍ଦ୍ଧନ ରେଡ୍ଡୀ ଓ କେ ଶ୍ରୀନିବାସ ରାଓଙ୍କ ମଧ୍ୟରେ ବଚସା ହେବା ସହ ହଠାତ୍ କେ ଶ୍ରୀନିବାସ ରାଓ ନିିଜ ଗୋଡ଼ରୁ ଜୋତା ଖୋଲି ଏସ୍ ବିଷ୍ଣୁ ବର୍ଦ୍ଧନ ରେଡ୍ଡୀଙ୍କୁ ଦେଖାଉଛନ୍ତି। କିଛି ସେକେଣ୍ଡ ପରେ କେ ଶ୍ରୀନିବାସ ରାଓ ଲାଇଭ ସୋ’ରେ ଥିବା ଭୁଲିଯାଇ ଏସ୍ ବିଷ୍ଣୁ ବର୍ଦ୍ଧନଙ୍କୁ ଜୋତାରେ ମାରୁଛନ୍ତିି।

ସମ୍ବନ୍ଧିତ ଖବର