ଲକ୍‌ଡାଉନ୍‌-୫ ପୂର୍ବରୁ ଏଥର ଗୃହମନ୍ତ୍ରୀଙ୍କ ତନାଘନା

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ସମ୍ପ୍ରସାରଣ ସମ୍ପର୍କରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଭେଟିଛନ୍ତି। ଗତକାଲି ଗୃହମନ୍ତ୍ରୀ ଶାହ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଟେଲିଫୋନ୍‌ରେ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀମାନଙ୍କର ମତଗୁଡ଼ିକ ସମ୍ପର୍କରେ ସେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିଥିବା ଜଣେ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି। କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ମାର୍ଚ୍ଚ ୨୪ ତାରିଖରେ ୨୧ ଦିନ ପାଇଁ ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ପରେ ଏହା ୪ଟି ପର୍ଯ୍ୟାୟରେ ମେ ୩୧ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍ ରହିଥିବା ବେଳେ ଅବଧି ସରିବା ପୂର୍ବରୁ ଆଲୋଚନା ହୋଇଛି।

ଜୁନ୍‌ ୧ ତାରିଖରୁ କେଉଁ କେଉଁ ରାଜ୍ୟ ଲକ୍‌ଡାଉନ୍‌ ପ୍ରତ୍ୟାହାର ଚାହୁଛନ୍ତି ତାହା ଉପରେ ଗୁରୁତ୍ବ ଦିଆଯାଇଥିଲା। ପୂର୍ବରୁ ବିଭିନ୍ନ ପର୍ଯ୍ୟାୟ ଲକଡାଉନ୍‌ ପୂର୍ବରୁ ପ୍ରଧାନମନ୍ତ୍ରୀ ନିଜେ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିଥିବା ବେଳେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀମାନଙ୍କ ସହ ଗୃହମନ୍ତ୍ରୀ ଆଲୋଚନା କରିଛନ୍ତି। ଅଧିକାଂଶ ମୁଖ୍ୟମନ୍ତ୍ରୀ ଲକଡାଉନ୍‌କୁ ଜାରି ରଖିବା ପାଇଁ ମତ ଦେଇଥିଲେ ମଧ୍ୟ ଆର୍ଥନୀତିକ କାର୍ଯ୍ୟକଳାପ ଆରମ୍ଭ କରିବା ସପକ୍ଷରେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର