ସଂକ୍ରମଣକୁ ଦେଖି ମଧ୍ୟପ୍ରଦେଶରେ ବଢ଼ିଲା ଲକଡାଉନ ଅବଧି

ଇନ୍ଦୋର: ରାଜ୍ୟରେ ସଂକ୍ରମଣ ବଢ଼ୁଥିବା ଦେଖି ଲକଡାଉନ ଅବଧି ବଢ଼ାଇଛନ୍ତି ମଧ୍ୟପ୍ରଦେଶ ସରକାର। ଏପ୍ରିଲ ୮ରେ ରାଜ୍ୟରେ ଲକଡାଉନ ଘୋଷଣା କରି ଏହା ଏପ୍ରିଲ ୧୨ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ରାଜ୍ୟ ସରକାର କହିଥିଲେ। କିନ୍ତୁ ବଢ଼ୁଥିବା ସଂକ୍ରମଣକୁ ଦେଖି ଆଜି ଏହାର ଅବଧି ବଢ଼ାଇଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ। ଏହି ସୋମବାର ପରିବର୍ତ୍ତେ ଏପ୍ରିଲ ୧୯ ପର୍ଯ୍ୟନ୍ତ ଲକଡାଉନ ଜାରି ରହିବ।

Coronavirus Resource Center - Harvard Health
Harvard Health – Harvard University

ବଡବାନି, ରାଜଗଡ଼, ବିଦିଶା ଜିଲ୍ଲାର ସମସ୍ତ ସହରାଞ୍ଚଳ ତଥା ଗ୍ରାମାଞ୍ଚଳରେ ଏପ୍ରିଲ ୧୯ ସକାଳ ୬ଟା ପର୍ଯ୍ୟନ୍ତ ଲକଡାଉନ ବଳବତ୍ତର ରହିବ। ସେହିଭଳି ବାଲାଘାଟ, ନରସିଂହପୁର, ସିବନି ଜିଲ୍ଲା ଏବଂ ଜବଲପୁର ସହରର ସମସ୍ତ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଏପ୍ରିଲ ୧୨ ରାତିରୁ ଏପ୍ରିଲ ୨୨ ସକାଳ ପର୍ଯ୍ୟନ୍ତ ୧୦ଦିନର ଲକଡାଉନ ରହିବ ଏବଂ ଇନ୍ଦୋର ସହର, ରାଓ ନାଗର, ମହୁ ନାଗର, ଶାଜାପୁର ସହର ଏବଂ ଉଜୈନ ସହରରେ ଏପ୍ରିଲ୍ ୧୯ ସକାଳ ୬ଟା ପର୍ଯ୍ୟନ୍ତ ଲକଡାଉନ ବୃଦ୍ଧି କରାଯାଇଛି। କରୋନା ସଂକ୍ରମଣ ବୃଦ୍ଧିକୁ ଆଖି ଆଗରେ ରଖି ଶିବରାଜ ସିଂହ ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର