ଇଭିଏମ୍‌ ହ୍ୟାକ୍‌ ସଂପର୍କରେ ସୟେଦ ସୁଜା ଅଭିଯୋଗ ଉପରେ ଏଫ୍‌ଆଇଆର୍‌ ଆଗତ ସହ ତଦନ୍ତ ଆରମ୍ଭ କରିବାକୁ ଦିଲ୍ଲୀ ପୁଲିସ୍‌କୁ ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ: ୨୦୧୪ ନିର୍ବାଚନରେ ଇଭିଏମ୍‌ ହ୍ୟାକ୍‌ କରା ଯାଇଥିଲା ବୋଲି ଲଣ୍ଡନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯେଉଁ ଅଭିଯୋଗ ଆଗତ କରିଛନ୍ତି, ତା’ ଉପରେ ଏଫ୍‌ଆଇଆର୍‌ ଆଗତ କରି ତଦନ୍ତ କରିବାକୁ ଦିଲ୍ଲୀ ପୁଲିସ୍‌କୁ ଆଜି ଅପରାହ୍ନରେ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ।


ଉଲ୍ଲେଖଯୋଗ୍ୟ, ଇଭିଏମ୍‌ ହ୍ୟାକ୍‌ ସଂପର୍କିତ ସମସ୍ତ ତଥ୍ୟ ପ୍ରମାଣ ରଖିବା ପରେ ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଆମେରିକାର ରାଜାନୈତିକ ଶରଣ ନେଇଥିବା ଭାରତୀୟ ସାଇବର ବିଶେଷଜ୍ଞ ସୟେଦ ସୁଜା ସ୍କାଇପି ମାଧ୍ୟମରେ ଗତ କାଲି ଲଣ୍ଡନ ଠାରେ ଆୟୋଜିତ ଏକ ସାମ୍ବାଦିକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରି କହିଥିଲେ ଯେ ୨୦୧୪ ସାଧାରଣ ନିର୍ବାଚନରେ ଦେଶର ୨୦୦ ନିର୍ବାଚନମଣ୍ଡଳୀରେ ଇଭିଏମ୍‌କୁ ହ୍ୟାକ୍‌ କରାଯାଇଥିଲା। ନିଜକୁ ଇଲେକଟ୍ରୋନିକ୍‌ କର୍ପୋରେସନ ଅଫ୍‌ ଇଣ୍ଡିଆ ଲିମିଟେଡର ଜଣେ ପୂର୍ବତନ କର୍ମଚାରୀ ବୋଲି ଦାବି କରୁଥିବା ସୟେଦ ୨୦୧୪ ପରେ ତାଙ୍କ ଜୀବନ ପ୍ରତି ବିପଦ ଦେଖାଦେବାରୁ ସେ ଭାରତ ଛାଡ଼ି ଆମେରିକା ପଳାଇ ସେଠାରେ ରାଜନୈତିକ ଶରଣ ନେଇଛନ୍ତି ବୋଲି ବୋଲି ମଧ୍ୟ ସାମ୍ବାଦିକ ସମ୍ମିଳନୀରେ କହିଥିଲେ।

ଏଥିସହ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଗୋପୀନାଥ ମୁଣ୍ଡେଙ୍କୁ ମନ୍ତ୍ରିମଣ୍ଡଳରେ ତାଙ୍କ ମନ ପସନ୍ଦ ବିଭାଗ ନ ମିଳିବାରୁ ସେ ଏହି ଘଟଣାକୁ ପ୍ରଘଟ କରି ଦେଇଥାନ୍ତେ। ଏହି ଭୟରେ ଶ୍ରୀ ମୁଣ୍ଡେଙ୍କୁ ହତ୍ୟା କରାଯାଇଛି ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି। ଏପରିକି ସାମ୍ବାଦିକ ଗୌରୀ ଲଙ୍କେଶ ଇଭିଏମ ହ୍ୟାକିଂ ସମ୍ବାଦ ପ୍ରକାଶ କରିବା ସମ୍ଭାବନା ଥିବାରୁ ତାଙ୍କୁ ହତ୍ୟା କରାଯାଇଛି ବୋଲି ସେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର