ନ୍ୟୁୟର୍କରେ ବିକ୍ଷୋଭ ଆଳରେ ଲୁଟ୍‌, ୯ ମିନିଟ୍‌ରେ ଲୁଟିନେଲେ ନାଇକ୍‌ ଷ୍ଟୋର୍

ନ୍ୟୁୟର୍କ: ନ୍ୟୁୟର୍କରେ ରଙ୍ଗଭେଦ ବିରୋଧରେ କଳା ଲୋକଙ୍କ ଦ୍ବାରା ଚାଲିଥିବା ବିକ୍ଷୋଭ ଏବେ ଭିନ୍ନ ମୋଡ଼ ନେଇଛି। ବିଭିନ୍ନ ସ୍ଥାନରେ ବିକ୍ଷୋଭ ଓ ପ୍ରତିବାଦ ଆଳରେ ଲୋକେ ଦୋକାନ ବଜାର ଲୁଟ୍‌ କରିବାରେ ଲାଗିଛନ୍ତି। ଗତକାଲି ନ୍ୟୁୟର୍କ ସହରରେ ବିକ୍ଷୋଭକାରୀମାନେ ଅଚାନକ ଏକ ନାଇକ୍‌ ଷ୍ଟୋର୍‌ରେ ପଶି ସବୁକିଛି ଲୁଟି ନେଇଛନ୍ତି। ମାତ୍ର ୯ ମିନିଟ୍‌ରେ ପ୍ରତିବାଦକାରୀମାନେ ‌ଷ୍ଟୋର୍‌ ଲୁଟି ନେଇଥିଲେ ଏବଂ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ଏଭଳି ଘଟଣା କଳା ଲୋକଙ୍କ ଅଧିକାର ପାଇଁ ଚାଲିଥିବା ଆନ୍ଦୋଳନକୁ ଦିଗହରା କରିଦେଇଛି ବୋଲି ଅନେକ ମତ ଦେଇଛନ୍ତି। କୃଷ୍ଣକାୟ ଜର୍ଜ ଫ୍ଲଏଡ୍‌ ପୁଲିସ ନିର୍ଯାତନାରେ ପ୍ରାଣ ହରାଇବା ପରେ ଏବେ ଦେଶବ୍ୟାପୀ ଚାଲିଥିବା ବିକ୍ଷୋଭ ପ୍ରତିବାଦ ଲୁଟ୍‌ପାଟର ରୂପ ନେଇଛି। ନ୍ୟୁୟର୍କ ସହରରେ ଅନେକ ଆନ୍ଦୋଳନକାରୀ କେବଳ ଲୁଟ୍‌ ଯୋଜନାରେ ବିଭିନ୍ନ ମଲ୍‌ ସମ୍ମୁଖରେ ବିକ୍ଷୋଭ କରୁଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର