କୋଲକାତା ଯାଇଥିବା ଏନଡିଆରଏଫ୍ ଯବାନ କରୋନା ପଜିଟିଭ୍

କଟକ : ଅମ୍ଫାନ ମୁକାବିଲା କାର୍ଯ୍ୟ ପାଇଁ ପଶ୍ଚିମବଙ୍ଗ ଯାଇ ଫେରିଥିବା ମୁଣ୍ଡଳୀସ୍ଥିତ ଏନଡିଆରଏଫ୍‌ର ଜଣେ ଯବାନ କରୋନାରେ ସଂକ୍ରମିତ ହୋଇଛନ୍ତି। ଦୁଇ ଦିନ ତଳେ ତାଙ୍କର ସ୍ବାବ ସଂଗ୍ରହ ହୋଇଥିବା ବେଳେ ଆଜି ତାଙ୍କର ରିପୋର୍ଟ ପଜିଟିଭ୍ ଆସିଛି। ତାଙ୍କ ସହିତ କୋଲକାତାରୁ ଫେରିଥିବା ୬ ଜଣଙ୍କୁ ହୋମ କ୍ବାରାଣ୍ଟିନରେ ରଖାଯାଇଥିବା ବେଳେ ସ୍ବାବ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା। ଆଜି ଜଣଙ୍କର ରିପୋର୍ଟ ପଜିଟିଭ୍ ଆସିଛି। ଅମ୍ଫାନ ମୁକାବିଲାରେ ଏନଡିଆରଏଫ୍ ଯବାନ ସଫଳତାର ସହ କାର୍ଯ୍ୟ କରି ନିକଟରେ ଫେରିଛନ୍ତି। ଅଗ୍ନିଶମ ଓ ଓଡ୍ରାଫ୍ ଟିମର ୩ଶହରୁ ଅଧିକ ସଦସ୍ୟ ମଧ୍ୟ ସେଠାରେ ପ୍ରଶଂସନୀୟ କାର୍ଯ୍ୟ କରି ଆଜି ରାଜ୍ୟକୁ ଫେରିଛନ୍ତି। ସେମାନଙ୍କୁ ବି କ୍ବାରାଣ୍ଟିନ କେନ୍ଦ୍ରରେ ରଖାଯିବା ସହିତ ସ୍ବାବ ସଂଗ୍ରହ କରି ପରୀକ୍ଷା ପାଇଁ ପଦକ୍ଷେପ ନିଆଯାଇଛି।

ସମ୍ବନ୍ଧିତ ଖବର