ଲକ୍ଷ୍ନୌ: ବିଲ୍ଡିଂରେ ଲାଗି ଗଲା ନିଆଁ, ୬ ମାସର ଶିଶୁ  ସମେତ ୫ ଜଣ ଜୀବନ୍ତ ଦଗ୍ଧ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌର ଇନ୍ଦିରା ନଗରଠାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଏକ ବିଲ୍ଡିଂରେ ନିଆଁ ଲାଗି ଯିବାରୁ ଏକ ୬ ମାସର ଶିଶୁ ସହ ପରିବାରର ୫ ଜଣ ଲୋକ ଜୀଅନ୍ତା ଦଗ୍ଧ ହୋଇ ଯାଇଥିବା ଜାଣିବାକୁ ମିଳିଛି। ଅଗ୍ନିଶମ ବିଭାଗ କର୍ମୀ ପହଞ୍ଚି ନିଆଁ ଲିଭାଇବା ସହ ମୃତକମାନଙ୍କ ମୃତ ଶରୀରକୁ ଉଦ୍ଧାର କରିଛନ୍ତି।

ଏହି ଘଟଣାଟି ସକାଳ ପ୍ରାୟ ୬ଟାରେ ଘଟିଥିବା ସୂଚନା ରହିଛି। ସକାଳୁ ସକାଳୁ ରାମ ବିହାର ଫେଜ୍‌ ୨ ମହଲାରୁ ଧୂଆଁ ବାହାରୁ ଥିବାରୁ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ସେମାନେ ଧୂଆଁ ଦେଖି ବିଲ୍ଡିଂରେ ନିଆଁ ଲାଗିଥିବା ଅନୁମାନ ଲଗାଇଥିଲେ। ସେମାନେ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇଁ ୬ ଜଣ ନିଆଁ ଲିଭାଳି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ଏହି ନିଆଁ ଲିଭା କାର୍ଯ୍ୟରେ ଗ୍ରାମବାସୀ ଓ ସ୍ୱେଚ୍ଛାସେବୀମାନେ ବି ସାମିଲ୍‌ ହୋଇଥିଲେ। ମାତ୍ର ପୀଡ଼ିତମାନଙ୍କୁ ବଞ୍ଚାଇ ହୋଇନାହିଁ।

ସମ୍ବନ୍ଧିତ ଖବର