ମଧ୍ୟପ୍ରଦେଶ ରାଜନୀତି: ୩ ନିଖୋଜ ବିଧାୟକ ଫେରିଲେ, କମଳନାଥ ଆଶ୍ବସ୍ତ

ଭୋପାଳ: ‘ମଧ୍ୟପ୍ରଦେଶ ସରକାର ପ୍ରତି କୌଣସି ସଙ୍କଟ ନାହିଁ। ନିଖୋଜ କୁହାଯାଉଥିବା ଆମର ୩ ଜଣ ବିଧାୟକ ପୁଣି ଆମ ଗହଣକୁ ଫେରିଆସିଛନ୍ତି। ଆମ ନେତା ବିକ୍ରି ପାଇଁ ନାହାନ୍ତି’ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ କମଳନାଥ। ଦଳର ୪ ଜଣ ବିଧାୟକ ୩ ଦିନ ଧରି ନିଖୋଜ ଥିବା ବେଳେ ସେମାନଙ୍କ ମଧ୍ୟରୁ ଗତକାଲି ଜଣେ ଇସ୍ତଫା ଦେବାରୁ ସରକାରଙ୍କ ସଙ୍କଟ ବଢ଼ିଯାଇଥିଲା। ତେବେ ଆଜି ଅନ୍ୟ ୩ ଜଣ ବିଧାୟକ ପୁଣି ଦଳକୁ ଫେରିଆସିଥିବାରୁ କମଳନାଥଙ୍କୁ ବଡ଼ ଆଶ୍ବସ୍ତି ମିଳିଛି। ସରକାରକୁ ଅସ୍ଥିର କରିବା ପାଇଁ ବିଜେପି ଯେଉଁ ପ୍ରୟାସ ଚଳାଇଛି ତାହା କଦାପି ସଫଳ ହେବନାହିଁ ବୋଲି କମଳନାଥ କହିଛନ୍ତି।

ସମ୍ବନ୍ଧିତ ଖବର