ମହାନଦୀ ଜଳବିବାଦ ମାମଲା : ‘ହୀରାକୁଦ’କୁ ଅସ୍ତ୍ର କରି ଘେରିଲେ

ଟ୍ରିବ୍ୟୁନାଲରେ ଛତିଶଗଡ଼ର ସତ୍ୟପାଠ ଦାଖଲ, କ୍ଷତିପୂରଣ ପ୍ରଦାନ ;ନେଇ ଓଡ଼ିଶାଠୁ ପ୍ରମାଣ ମାଗିଲେ, ଦୁଇ ରାଜ୍ୟ ମଧ୍ୟରେ ମଧ୍ୟସ୍ଥତା କଥାକୁ ଅଗ୍ରାହ୍ୟ

ନୂଆଦିଲ୍ଲୀ : ମହାନଦୀ ଜଳବିବାଦ ମାମଲା ଦିନକୁ ଦିନ ରୋଚକ ମୋଡ଼ ନେବାରେ ଲାଗିଛି। ଯେଉଁ ‘ହୀରାକୁଦ’କୁ ଅସ୍ତ୍ର କରି ରାଜ୍ୟ ସରକାର ଉଭୟ କେନ୍ଦ୍ର ଓ ପ୍ରତିପକ୍ଷ ଛତିଶଗଡ଼କୁ ଘେରିଥିଲେ, ସେହି ପ୍ରକଳ୍ପକୁ ଧରି ଛତିଶଗଡ଼ ସରକାର ଏହାର ପ୍ରତିଜବାବରେ ଓଡ଼ିଶାକୁ ପାଲଟା ଆକ୍ରମଣ ଆରମ୍ଭ କରିଛନ୍ତି। ମହାନଦୀ ଟ୍ରିବ୍ୟୁନାଲ ନିକଟରେ ଛତିଶଗଡ଼ ସରକାର ସତ୍ୟପାଠ ମାଧ୍ୟମରେ ଓଡ଼ିଶା ସରକାରଙ୍କ ଉପରେ ଅଭିେଯାଗର ପାହାଡ଼ ଲଦିଛନ୍ତି। ଅଭିଯୋଗ କରିଛନ୍ତି, ଟିକରପଡ଼ା ଓ ନରାଜ ଡ୍ୟାମ ନିର୍ମାଣ ନ କରିବା ଯୋଗୁଁ ଓଡ଼ିଶା ଜଳସମ୍ପଦ ସଂରକ୍ଷଣ କରିବାରେ ବିଫଳ ହୋଇଛି। ନିଜର ଏଭଳି ଦୋଷକୁ ଲୁଚେଇ ଆଉ କାହାକୁ ସେମାନେ ଦାୟୀ କରିପାରିବେ ନାହିଁ। ଏମିତିରେ ବି ହୀରାକୁଦ ଡ୍ୟାମ ନିର୍ମାଣ ଯୋଗୁଁ ଓଡ଼ିଶା ଲାଭବାନ୍ େହାଇଛି, ହେଲେ ଛତିଶଗଡ଼ କ୍ଷତିଗ୍ରସ୍ତ ହୋଇଛି। ଏହି ପ୍ରକଳ୍ପ େଯାଗୁଁ ଛତିଶଗଡ଼ ଅଞ୍ଚଳ ଜଳମଗ୍ନ ହୋଇଛି। ଚାଷଜମି ନଷ୍ଟ ହୋଇଛି। ଘରଦ୍ବାର ଓ ଜୀବନ ହାନି ହୋଇଛି। ହେଲେ ଓଡ଼ିଶା ଦ୍ବାରା ପ୍ରତିଶ୍ରୁତି ମୁତାବକ କ୍ଷତିପୂରଣ ଏଯାଏ ଦିଆଯାଇ ନାହିଁ। ଏନେଇ ଓଡ଼ିଶା ସରକାର ପ୍ରମାଣ ଦିଅନ୍ତୁ େବାଲି ସେମାନେ ଚ୍ୟାଲେଞ୍ଜ କରିଛନ୍ତି।

ସତ୍ୟପାଠରେ କୁହାଯାଇଛି, ଛତିଶଗଡ଼ର ଅଧିବାସୀଙ୍କ କଥାକୁ ଧ୍ୟାନରେ ନରଖି ଓଡ଼ିଶା ମହାନଦୀରୁ ଅଧିକ ଜଳ ଦାବି କରୁଛି। ୧୯୪୭ର ହୀରାକୁଦ୍ ଡ୍ୟାମର ବିସ୍ତୃତ ପ୍ରକଳ୍ପ ରିପୋର୍ଟରେ ମହାନଦୀ ଉପର ମୁଣ୍ଡ ଅଞ୍ଚଳକୁ ଜୋର୍ ଦିଆଯାଇଥିଲା। ଛତିଶଗଡ଼ ପକ୍ଷରୁ କେବେ ବି ଟିକରପଡ଼ା ଓ ନରାଜ ଡ୍ୟାମ ହୀରାକୁଦ ଡ୍ୟାମର ବିକଳ୍ପ ବୋଲି ପରାମର୍ଶ ଦିଆଯାଇନାହିଁ।

ଛତିଶଗଡ଼ ସରକାର ଉଲ୍ଲେଖ କରିଛନ୍ତି, ୧୯୪୭ର ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଅନୁସାରେ ଜଳାଶ୍ରୟ ପାଇଁ ୬୨୫ ଫୁଟ୍ କଥା କୁହାଯାଇଥିଲା। ସର୍ଭେ ଦ୍ବାରା ହୀରାକୁଦ୍ ଜଳାଶ୍ରୟର କ୍ଷମତା ସ୍ତର ସର୍ବାଧିକ ୬୩୧ ଫୁଟ୍ କରାଯାଇଥିଲା। ହେଲେ ଓଡ଼ିଶା ଦ୍ବାରା ଅଧିଗ୍ରହଣ କରାଯାଇଥିବା ଭୂମି ୬୩୪ ଫୁଟ୍ େନଇ କୌଣସି ରେକର୍ଡ ଦାଖଲ କରାଯାଇନାହିଁ।

୨୦୧୭ରେ କେନ୍ଦ୍ର ଜଳ ଆୟୋଗ ଦ୍ବାରା ମହାନଦୀ ଜଳ ଉପଲବ୍ଧତାକୁ ନେଇ ଓଡ଼ିଶା ଦ୍ବାରା ଯେଉଁ ତଥ୍ୟ ଉପସ୍ଥାପନ କରାଯାଇଛି ତାହା ଏକ ଚିଠା ରିପୋର୍ଟ ବୋଲି ଛତିଶଗଡ଼ ସରକାର କହିଛନ୍ତି। ଏହି ରିପୋର୍ଟର ତଥ୍ୟ ଗ୍ରହଣ କରାଯାଇପାରିବ ନାହିଁ େବାଲି ଛତିଶଗଡ଼ ସରକାର ସତ୍ୟପାଠରେ ଜଣାଇଛନ୍ତି।

ଓଡ଼ିଶା ସରକାରଙ୍କ ବିେରାଧରେ ଅଭିେଯାଗ ଆଣି ଛତିଶଗଡ ସରକାର ଆହୁରି କହିଛନ୍ତି ଯେ ହୀରାକୁଦ୍ ଡ୍ୟାମରୁ ବିଦ୍ୟୁତ ଉତ୍ପାଦନ େକ୍ଷତ୍ରରେ ମଧ୍ୟ ଛତିଶଗଡ଼କୁ ତାର ଅଧିକାର ମିଳୁନାହିଁ। ଛତିଶଗଡ଼କୁ ୫ ମେଗାଵାଟ ବିଦ୍ୟୁତ ଆବଣ୍ଟନର ଅଧିକାର ଦିଆଯାଇଛି। ହେଲେ ଛତିଶଗଡ଼ର ଅଧିକ ବିଜୁଳି ଆବଶ୍ୟକତା ରହିଛି। କିନ୍ତୁ ବିସ୍ତୃତ ପ୍ରକଳ୍ପ ଯୋଜନା ଅନ୍ତର୍ଗତ ଏଭଳି ପ୍ରସ୍ତାବକୁ ଛତିଶଗଡ଼ ସରକାର ଚୁପଚାପ୍ ମାନିନେଇଛନ୍ତି େବାଲି ଓଡ଼ିଶାର ଅଭିେଯାଗକୁ ସତ୍ୟପାଠରେ ଖଣ୍ଡନ କରାଯାଇଛି। ପାଲଟା ଟ୍ରିବ୍ୟୁନାଲ ଦ୍ବାରା ଛତିଶଗଡ଼କୁ ମହାନଦୀ ବେସିନ୍ ରୁ ନ୍ୟାୟ ସଂଗତ ବଣ୍ଟନ ଦ୍ବାରା ୨୪.୭୦ ଏମଏଏଫ ଜଳ ବ୍ୟବସ୍ଥା କରାଯାଉ ବୋଲି କୁହାଯାଇଛି।

ଛତିଶଗଡ଼ ସରକାର କହିଛନ୍ତି, ଆନ୍ତଃରାଜ୍ୟ ମହାନଦୀ ପାଇଁ ନଦୀବୋର୍ଡ ଆଇନ ଅନ୍ତର୍ଗତ ନଦୀବୋର୍ଡ ଗଠନ କରାଯିବାର ବ୍ୟବସ୍ଥା ରହିଛି। ହେଲେ ତାହା କରାଯାଇନାହିଁ। ଏଣୁ ଦୁଇ ରାଜ୍ୟର ମଧ୍ୟସ୍ଥତା କରିବାର ପ୍ରଶ୍ନ ଉଠୁନାହିଁ।

ସେହିଭଳି ଓଡ଼ିଶାର ସତ୍ୟପାଠର ପ୍ରାସଙ୍ଗିକତା ଉପରେ ପ୍ରଶ୍ନ ଉଠାଇ ସତ୍ୟପାଠରେ କୁହାଯାଇଛି, ଟ୍ରିବ୍ୟୁନାଲ ଗଠନ କରାଯିବା ପରେ ଏଭଳି ଅଭିଯୋଗ ପିଟିସନ୍ ଦାଖଲ କରାଯିବା ନୂଆ ନୁହେଁ। କିମ୍ବା କେନ୍ଦ୍ର ସରକାରଙ୍କ ଦ୍ବାରା ଏଭଳି ପିଟିସନକୁ ଟ୍ରିବ୍ୟୁନାଲଙ୍କ ନିକଟକୁ ପଠାଇ ଦିଆଯିବାର ଅନେକ ଦୃଷ୍ଟାନ୍ତ ରହିଛି। ଏ ସମ୍ପର୍କରେ କୃଷ୍ଣା, ଗୋଦାବରୀ, ନର୍ମଦା, ବଂଶଧାରା ଟ୍ରିବ୍ୟୁନାଲ ଗଠନ ପରେ ମଧ୍ୟ ଅଭିଯୋଗ ପିଟିସନ୍ ଦାଖଲ କରାଯାଇଥିଲା ବୋଲି ଯୁକ୍ତି ରଖାଯାଇଛି। ବଂଶଧାରା ଟ୍ରିବ୍ୟୁନାଲ ଗଠନ ପରେ ଆନ୍ଧ୍ରପ୍ରଦେଶ ଦ୍ବାରା ଅଭିଯୋଗ ପିଟିସନ୍ ଦାଖଲ କରାଯାଇଥିଲା, ତାହା ପୁଣି କେନ୍ଦ୍ର ମାଧ୍ୟମରେ। ସେତେବେଳେ ଓଡ଼ିଶା ସରକାର ଟ୍ରିବ୍ୟୁନାଲଙ୍କ କ୍ଷମତା ଉପରେ ଆପତ୍ତି ଉଠାଇଥିଲେ। ସେତେବେଳେ ବଂଶଧାରା ଟ୍ରିବ୍ୟୁନାଲ ଓଡ଼ିଶା ଅଭିଯୋଗକୁ ଖାରଜ କରିଦେଇଥିଲେ।

ଉେଲ୍ଲଖଯୋଗ୍ୟ, ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ନିକଟରେ ଛତିଶଗଡ଼ ସରକାର ୭୬ ପୃଷ୍ଠାର ସତ୍ୟପାଠ ଦାଖଲ କରିଛନ୍ତି। ଚଳିତମାସ ୨୮ରେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲରେ ମହାନଦୀ ଜଳବିବାଦ ସମ୍ପର୍କିତ ଶୁଣାଣି ପୂର୍ବରୁ ଏହାକୁ ଗୁରୁତ୍ବପୂର୍ଣ୍ଣ େବାଲି ବିବେଚନା କରାଯାଉଛି।

ସମ୍ବନ୍ଧିତ ଖବର