ମହାରାଷ୍ଟ୍ର ବିଧାନସଭା ନିର୍ବାଚନ: ସେନା-ବିଜେପି ଅଙ୍କ ଛିଣ୍ଡୁନି

ମୁମ୍ବାଇ: ଆସନ୍ତା ଅକ୍ଟୋବର ୨୧ ତାରିଖରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଥିବାବେଳେ ଏଯାବତ୍‌ ବିଜେପି ଏବଂ ଶିବସେନା ମଧ୍ୟରେ ଆସନ ବୁଝାମଣା ହୋଇପାରି ନାହିଁ। କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ମୁଖ୍ୟ ଅମିତ ଶାହ ଗତକାଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସଙ୍କୁ ଭେଟି ଆସନବୁଝାମଣା ନେଇ ମାରାଥନ୍‌ ବୈଠକ କରିଥିଲେ। ଦୀର୍ଘ ୯ ଘଣ୍ଟା‌ ଧରି ହୋଇଥିବା ବୈଠକରେ ଆସନ ଚୂଡ଼ାନ୍ତ ନେଇ ଆଲୋଚନା ହୋଇଥିଲା। ତେବେ ଏବାବଦରେ କିଛି ଫଏସଲା ହୋଇପାରି ନଥିଲା। ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଶିବସେନା ୧୨୬ରୁ କମ୍‌ ଆସନ ଚାହୁନାହିଁ ଏବଂ ବିଜେପି ଶିବସେନାକୁ ୧୨୦ରୁ ଅଧିକ ଆସନ ଦେବାପାଇଁ ନାରାଜ । ଆଉ ଦୁଇ ଦିନ ପରେ ବିଜେପି ଏବଂ ଶିବସେନା ମଧ୍ୟରେ ଆସନ ବୁଝାମଣା ଚୂଡ଼ାନ୍ତ ହେବ ଏବଂ ଏ ବାବଦରେ ଉଭୟ ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯିବ।

ସମ୍ବନ୍ଧିତ ଖବର