ନବୀନଙ୍କ ସହ ଆଲୋଚନା କରି ସମର୍ଥନ ଲୋଡ଼ିବି :ମମତା

କୋଲକାତା: ମଙ୍ଗଳବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ଦଳୀୟ ସମାବେଶରେ କେନ୍ଦ୍ର ସରକାର ରାଜ୍ୟ ବ୍ୟାପାରରେ ଅଯଥା ହସ୍ତକ୍ଷେପ କରୁଛନ୍ତି ବୋଲି ଅଭିଯୋଗ କରିବା ସହ ଏହି ଘଟଣାରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରି ସମର୍ଥନ ଲୋଡ଼ିବେ ବୋଲି କହିଛନ୍ତି । କୋଲକାତା ପୁଲିସ କମିସନରଙ୍କୁ ସିବିଆଇ ପଚରାଉଚରା ଲାଗି ଆସିବା ପରେ ମମତା ଏହାକୁ ବିରୋଧ କରି ରବିବାର ରାତି ଠାରୁ ଧାରଣାରେ ବସିଥିଲେ। ଏହି ଘଟଣାରେ ବିଜୁ ଜନତା ଦଳ ପକ୍ଷରୁ ମମତା ବାନାର୍ଜୀଙ୍କ ପ୍ରତି ସମର୍ଥନ ବ୍ୟକ୍ତ କରାଯାଇଥିଲା।

ମଙ୍ଗଳବାର ସିବିଆଇ-ପଶ୍ଚିମବଙ୍ଗ ପୁଲିସ ବିବାଦ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ମମତା ବାନାର୍ଜୀ ସ୍ୱାଗତ କରିଛନ୍ତି । ଏହା ଜନତାର ବିଜୟ ବୋଲି ବୋଲି କହିଛନ୍ତି । ସେ ଅଭିଯୋଗ କରିଛନ୍ତି, କେନ୍ଦ୍ର ରାଜ୍ୟର କାମରେ ଅଯଥା ହସ୍ତ କ୍ଷେପ କରୁଛି । ସମ୍ବିଧାନର ଉଲ୍ଲଙ୍ଘନ କରୁଛି କେନ୍ଦ୍ର । ମୁଁ କରୁଥିବା ସମ୍ବିଧାନ ବଞ୍ଚାଅ  ଆନ୍ଦୋଳନ ସମସ୍ତଙ୍କ ଆନ୍ଦୋଳନ । ନିର୍ବାଚନ ପୂର୍ବରୁ ଯାଞ୍ଚ କଥା କେନ୍ଦ୍ର ସରକାରଙ୍କ ମନକୁ କାହିଁକି ଆସିଲା ବୋଲି ମମତା ପ୍ରଶ୍ନ କରିଛନ୍ତି । ବିନା ନୋଟିସରେ ସିବିଆଇ କାହିଁକି କମିସନରଙ୍କ ଘରକୁ ଗଲା ବୋଲି ମମତା ପ୍ରଶ୍ନ କରିଛନ୍ତି । କଥା କଥାରେ କେନ୍ଦ୍ର ସିବିଆଇର ଭୟ ଦେଖାଉଛିି କେନ୍ଦ୍ର ବୋଲି ଅଭିଯୋଗ ଆଣିଛନ୍ତି ମମତା ବାନାର୍ଜୀ ।

ସମ୍ବନ୍ଧିତ ଖବର