ଏହି କାରଣରୁ ନୂଆଦିଲ୍ଲୀର ମଣ୍ଡୋଲିି ଜେଲ୍‌କୁ ଆସୁଛନ୍ତି ବେକାର ଯୁବକ

ନୂଆଦିଲ୍ଲୀ: ଆପଣ ଜାଣି ବିସ୍ମିତ ହେବେ ଯେ କେତେକ ଲୋକ କେବଳ ସୁସ୍ୱାଦୁ ଖାଦ୍ୟ ଖାଇବା ଓ ଗରମ ପାଣିରେ ଗାଧୋଇବାର ସୁଯୋଗ ମିଳୁଥିବାରୁ ନୂଆଦିଲ୍ଲୀର ମଣ୍ଡୋଲିି ଜେଲ୍‌କୁ ଯାଉଛନ୍ତି। କିନ୍ତୁ ଏକଥା ସତ। ଉତ୍ତର-ପୂର୍ବ ଦିଲ୍ଲୀରେ ଥିବା ମଣ୍ଡୋଲି ଜେଲରେ ଛୋଟମୋଟ ଚୋରି କରୁଥିବା ଅନେକ ବେକାର ଯୁବକଙ୍କୁ ଦେଖିବାକୁ ମିଳିଛି। ସେମାନଙ୍କ କହିବା ଅନୁଯାୟୀ ତାଙ୍କର କେତେକ ସାଙ୍ଗ ମଣ୍ଡୋଲି ଜେଲ୍‌ରେ ରହି ଘରକୁ ଫେରିବା ପରେ ଜେଲର ଖୁବ୍‌ ପ୍ରଶଂସା କରନ୍ତି।

ସେମାନେ କୁହନ୍ତି ଯେ ଜେଲ ଭିତରେ ଗାଢା ଡାଲି, ରୁଟି, ବିଭିନ୍ନ ପ୍ରକାରର ସୁସ୍ୱାଦୁ ତରକାରୀ ଓ ସପ୍ତାହକୁ ଦୁଇ ଥର ଖିରି ଖାଇବାକୁ ଦିଆଯାଇଥାଏ। ଖାଲି ସେତିକି ନୁହେଁ ଜେଲ ଭିତରେ ଗରମ ପାଣିରେ ଗାଧୋଇବାର ବ୍ୟବସ୍ଥା ବି ରହିଛି। ଏସବୁ ସୁବିଧା ପାଇବାକୁ କେତେକ ବେକାର ଯୁବକ ସାଧାରଣ ଚୋରି କରି ଜେଲ ଭିତରକୁ ଆସୁଛନ୍ତି। ସେମାନେ ଜାମିନ୍‌ ବି ନେବାକୁ ଚାହୁଁ ନାହାଁନ୍ତି। ଜେଲରେ କେହି ପିଟୁ ନାହାଁନ୍ତି କି କିଛି କାମ ବି କରିବାକୁ ପଡୁନାହିଁ। ଜେଲ ଭିତରର ପରିବେଶ ବି ଖୁବ୍‌ ଭଲ।

ସମ୍ବନ୍ଧିତ ଖବର