ମମତା ଏବେ ଦେଶର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ

କୋଲ୍‌କାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ଭାରତର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ଅଛନ୍ତି। ବର୍ଷ ଆରମ୍ଭରେ ଦେଶର ୩ ଜଣ ମହିଳା ମୁଖ୍ୟମନ୍ତ୍ରୀ ଥିଲେ। କିନ୍ତୁ ବର୍ଷ ଶେଷ ବେଳକୁ କେବଳ ମମତା ହିଁ ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ଭାବେ କ୍ଷମତାରେ ଅଛନ୍ତି। ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ନିକଟରେ ନିର୍ବାଚନ ହାରି ମୁଖ୍ୟମନ୍ତ୍ରୀ ପଦ ହରାଇଥିବା ବେଳେ ଜମ୍ମୁ କଶ୍ମୀରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ‌ମେହବୁବା ମୁଫ୍‌ତି ସରକାରରୁ ବିଜେପି ସମର୍ଥନ ପ୍ରତ୍ୟାହାର କରିନେବା ପରେ ମୁଫ୍‌ତି ଗତ ଜୁନ୍‌ ମାସ‌ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ‌ଦେଇଥିଲେ।

ସମ୍ବନ୍ଧିତ ଖବର