ବିଜେପିର ବିଜୟ ଶୋଭାଯାତ୍ରା ଉପରେ ନିଷେଧାଜ୍ଞା ଜାରି କରିଲେ ମମତା ବାନାର୍ଜୀ

କୋଲକାତା:ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପିର ବିଜୟ ଶୋଭାଯାତ୍ରା ଉପରେ ନିଷେଧାଜ୍ଞା ଜାରି କରି ପୁଣି ନିଜର ହତାଶାଭାବର ପରିଚୟ ଦେଇଛନ୍ତି। ମମତା କହିଛନ୍ତି ଯେ ବିଜେପିର ବିଜୟ ଶୋଭାଯାତ୍ରା ଯୋଗୁଁ ରାଜ୍ୟରେ ହିଂସା ବ୍ୟାପୁଛି। ଏଥିଲାଗି ମମତା ବାନାର୍ଜୀ ଯଦି କୌଣସି ବିଜେପି ନେତା ସମସ୍ୟା ସୃଷ୍ଟି କରନ୍ତି, ତେବେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି।

ଏଠାରେ ସୂଚନା ଯୋଗ୍ୟ ଯେ ବିଜେପି ପଶ୍ଚିମବଙ୍ଗରେ ବିଜେପି ଗତ ଲୋକସଭା ନିର୍ବାଚନରେ ୪୨ଟି ୧୮ଟି ଆସନରେ ବିଜୟ ଲାଭ କରିବା ଫଳରେ ମମତା ଭୟଭୀତ ହୋଇଛନ୍ତି। ଏଣୁ ଏଭଳି ପଦକ୍ଷେପ ଗ୍ରହଣ କରିଥିବା ରାଜନୈତିକ ସମୀକ୍ଷକ ମାନେ କହୁଛନ୍ତି।ମମତା ବାନାର୍ଜୀ ବିଜେପି ନେତାଙ୍କ ବିରୁଦ୍ଧରେ ବିଷୋଦଗାର କରିଛନ୍ତି। ଅପରପକ୍ଷରେ ବିଜେପି ପକ୍ଷରୁ ବିଜୟ ଶୋଭାଯାତ୍ରା ଉପରେ ନିଷେଧାଜ୍ଞା ଜାରି କରାଯିବାକୁ ଅଗଣତାନ୍ତ୍ରିକ ବୋଲି କୁହାଯାଉଛି। ଏହା ଏକ ରାଜନୈତିକ ଷଡଯନ୍ତ୍ର ବୋଲି ବିଜେପି ବିବେଚନା କରୁଛି।

ସମ୍ବନ୍ଧିତ ଖବର