ଅମିତ ଶାହାଙ୍କୁ ଭେଟିଲେ ମମତା ବାନାର୍ଜୀ, ଏନଆରସି ପ୍ରସଙ୍ଗ ଉଠାଇଲେ

ନୂଆଦିଲ୍ଲୀ : ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ନର୍ଥବ୍ଲକଠାରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି । ଏହି ଅବସରରେ ସେ ଆସାମରେ ହୋଇଥିବା ଏନଆରସି (ଜାତୀୟ ନାଗରିକ ରେଜିଷ୍ଟର) ସଂପର୍କରେ ଆଲୋଚନା କରିଛନ୍ତି । ଏନଆରସିରେ ୧୯ ଲକ୍ଷ ଲୋକଙ୍କୁ ବାଦ ଦିଆଯାଇଥିବା ପ୍ରସଙ୍ଗ ଉଠାଇ ସେ କହିଛନ୍ତି ଯେ ଏହି ଲୋକମାନଙ୍କ ମଧ୍ୟରୁ ଅନେକ ହିନ୍ଦୀଭାଷା,ବଙ୍ଗଳାଭାଷୀ ଓ ଗୋର୍ଖାଭାଷୀ ଲୋକ ଅଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ଭାରତୀୟ ଭୋଟର ରହିଛନ୍ତି । ତେବେ ପଶ୍ଚିମବଙ୍ଗରେ ଏନଆରସି କରାଯିବା ସମ୍ପର୍କରେ କୌଣସି ଆଲୋଚନା ହୋଇନାହିଁ ବୋଲି ସେ କହିଛନ୍ତି । ପଶ୍ଚିମବଙ୍ଗରେ ଏନଆରସିର ଆବଶ୍ୟକତା ନାହିଁ ବୋଲି ମମତା କହିଛନ୍ତି ।
ଗତକାଲି ମମତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ । ସେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ l ତାଙ୍କୁ କୁର୍ତ୍ତା ଉପହାର ଦେଇଥିଲେ । ଏହା ସହିତ ସେ ମୋଦୀଙ୍କୁ ପଶ୍ଚିମବଙ୍ଗ ଆମନ୍ତ୍ରଣ କରିଥିଲେ ।

ସମ୍ବନ୍ଧିତ ଖବର