ଟ୍ରେନକୁ ଚଢ଼ୁଥିବା ବେଳେ ଖସିଗଲା ଗୋଡ଼, ଭିଡିଓରେ ଦେଖନ୍ତୁ ତଳକୁ ପଡ଼ିବା ପୂର୍ବରୁ କ’ଣ ଘଟିଲା?

କୋଏମ୍ବାଟୁର : ତାମିଲନାଡୁର କୋଏମ୍ବାଟୁରରେ ଜଣେ ଯାତ୍ରୀ ଟ୍ରେନକୁ ଚଢ଼ୁଥିବା ସମୟରେ ତଳକୁ ଖସି ପଡ଼ୁଥିବା ଦୃଶ୍ୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କିନ୍ତୁ ସେ ଧାରଣା ମଧ୍ୟକୁ ଖସିବା ପୂର୍ବରୁ ଷ୍ଟେସନରେ ଥିବା ଆର୍‌ପିଏଫ୍‌ ଅଫିସର ଭଗବାନ ସାଜି ତାଙ୍କୁ ରକ୍ଷା କରୁଥିବା ଭିଡିଓରେ ଦେଖାଯାଇଛି । ଘଟଣାଟି ଅକ୍ଟୋବର ୨୬ରେ ଘଟିଥିବା ବେଳେ ତାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ନିଜ କାମ ପ୍ରତି ଆର୍‌ପିଏଫ୍‌ ଅଫିସରଜଣଙ୍କ କେତେ ସଚେତନ ତାହା ଭିଡିଓରେ ପ୍ରମାଣ ହୋଇଛି ।

ଭିଡିଓରେ ଦେଖାଯାଇଛି କି, କୋଏମ୍ବାଟୁର ରେଳ ଷ୍ଟେସନରେ ଜଣେ ଯୁବକ ଚଳନ୍ତା ଟ୍ରେନରେ ଚଢ଼ିବା ପାଇଁ ଦୌଡ଼ି ଦୌଡ଼ି ଯାଉଛନ୍ତି । ଟ୍ରେନରେ ଚଢ଼ିବା ପରେ ତାଙ୍କ ପାଦ ଖସିଯିବାରୁ ସେ ତଳକୁ ନଇଁ ପଡ଼ୁଥିବା ସମୟରେ ସେଠାରେ ଥିବା ଆର୍‌ପିଏଫ୍‌ ଅଫିସର ତାଙ୍କୁ ଧରି ଟ୍ରେନ ଭିତରକୁ ଠେଲି ଦେଉଛନ୍ତି । ଯଦି ସେଠାରେ ଆର୍‌ପିଏଫ୍‌ ଅଫିସରଜଣଙ୍କ ନଥାନ୍ତେ, ତେବେ ଯୁବକ ବଡ଼ ଦୁର୍ଘଟଣାର ଶିକାର ହୋଇ ଯାଇଥାନ୍ତେ । ଏମିତି କି ତାଙ୍କ ଜୀବନ ମଧ୍ୟ ଚାଲି ଯାଇଥାନ୍ତା ।

ସମ୍ବନ୍ଧିତ ଖବର