ପଦୋନ୍ନତି ନମିଳିବାରୁ ପ୍ରତିଶୋଧ ପରାୟଣ ହୋଇ ମାଲିକ ସମେତ ପୂରା ପରିବାରକୁ କରିଥିଲା ହତ୍ୟା; ୮ବର୍ଷ ପରେ ହେଲା ଘଟଣାର ପର୍ଦ୍ଦାଫାଶ
ହ୍ୟୁଷ୍ଟନ୍ : କଥାରେ ଅଛି ସତ କେବେ ଲୁଛି ରହେନା। ଏହିପରି ଏକ ଜଘନ୍ୟ ହତ୍ୟା ଘଟଣା ପଛର ସତ ଏବେ ସାମନାକୁ ଆସିବା ପରେ ସମସ୍ତଙ୍କୁ ହତଚକିତ କରି ରଖିଦେଇଛି। ପଦୋନ୍ନତିରୁ ବଞ୍ଚିତ ହୋଇଥିବା ଜଣେ ବ୍ୟକ୍ତି ପ୍ରତିଶୋଧ ପରାୟଣ ହୋଇ ନିଜ ମାଲିକ ସମେତ ମାଲିକର ପୂରା ପରିବାରକୁ ହତ୍ୟା କରି ଦେଶାନ୍ତରୀ ହୋଇଯାଇଥିଲା। ୮ବର୍ଷ ପରେ ସେହି ଲୋମଟାଙ୍କୁରା ହତ୍ୟା ଘଟଣାର ପର୍ଦ୍ଦାଫାଶ କରି ଅପରାଧୀକୁ ଗିରଫ କରିଛି ପୁଲିସ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରକାଶିତ ରିପୋର୍ଟ ଅନୁସାରେ ଆମେରିକା ହ୍ୟୁଷ୍ଟନ୍ ସହରରେ ଘଟିଥିଲା ଏକ ଜଘନ୍ୟ ହତ୍ୟାକାଣ୍ଡ। ଜଣେ ବ୍ୟକ୍ତିଙ୍କ ପୂରା ପରିବାରକୁ କେହି ଅଜ୍ଞାତ ବ୍ୟକ୍ତି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିଲା। ୩୦ଜାନୁଆରି ୨୦୧୪ରେ, ମାଇଓ ସନ୍ (୫୦), ତାଙ୍କ ପତ୍ନୀ ମେକ୍ସି ସନ୍ (୪୯) ଓ ସେମାନଙ୍କର ଦୁଇ ପୁତ୍ର ଟିମୋଥି ସନ୍(୯) ଏବଂ ଟିଟୁସ୍ ସନ୍(୭)ଙ୍କ ମୃତଦେହ ସେମାନଙ୍କ ଶୋଇବା ଘରୁ ମିଳିଥିଲା। ସମସ୍ତଙ୍କୁ ଗୁଳି କରାଯାଇଥିଲା ବେଳେ ଶୋଇବା ଘରେ ସେମାନଙ୍କ ମୃତଦେହ ରକ୍ତରେ ଜୁଡୁବୁଡୁ ଅବସ୍ଥାରେ ମିଳିଥିଲା । ପୁଲିସ ପକ୍ଷରୁ ଏହି ଘଟଣାର ତଦନ୍ତ ଚାଲିଥିଲେ ଏହି ଘଟଣାର କୌଣସି ସୁରାକ ପାଇ ପାରି ନଥିଲା ପୁଲିସ୍।
ତେବେ, ଏହି ଜଘନ୍ୟ ହତ୍ୟାକାଣ୍ଡର ହତ୍ୟାକାରୀ ଫେଙ୍ଗ୍ ଲୁ କୁ ଦୀର୍ଘ ୮ ବର୍ଷ ପରେ ସେପ୍ଟେମ୍ବର ୧୧ରେ ଚୀନରୁ ଗିରଫ କରିଛି ଆମେରିକା ପୁଲିସ। ଗିରଫ ହେବାପରେ ହ୍ୟୁଷ୍ଟନ୍ ପୁଲିସ୍ ଆଗରେ ସବୁ ସତ ଓଗାଳିଛି ହତ୍ୟାକାରୀ ପେଙ୍ଗ ଲୁ। ଚାକିରିରେ ପଦୋନ୍ନତି ନମିଳିବାରୁ ବିରକ୍ତ ହୋଇ ଫେଙ୍ଗ୍ ଲୁ ତାଙ୍କ ମାଲିକ ସହିତ ପୁରା ପରିବାରଙ୍କୁ ହତ୍ୟା କରିଥିବା କହିଛି। ହ୍ୟୁଷ୍ଟନ୍ ପୁଲିସ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଫେଙ୍ଗ୍ ଲୁ ମାଇଓଙ୍କ କମ୍ପାନିରେ ଚା୍ିରି କରିଥିଲା। ତେବେ, ମାଇଓ ଅନ୍ୟ କର୍ମଚାରୀଙ୍କୁ ପଦୋନ୍ନତି ଦେଉଥିବା ବେଳେ ତାକୁ ଦେଉ ନଥିଲେ। ଏହାକୁ ନେଇ ସେ ଚିନ୍ତାରେ ରହିବା ସହ ପ୍ରତିଶୋଧ ପରାୟଣ ହୋଇ ଉଠିଥିଲା। ମାଇଓ ଓ ତାଙ୍କ ପୂରା ପରିବାରକୁ ହତ୍ୟା କରିବା ପରେ କରିବା ପାଇଁ ଏକ ବନ୍ଧୁକ କିଣିଥିଲା। ଏବଂ ସେଇ ବନ୍ଧୁକରୁ ଗୁଳିଚଳାଇ ମାଲିକର ପୂରା ପରିବାରକୁ ହତ୍ୟା କରିଥିଲା। ଆଉ ସେମାନଙ୍କୁ ହତ୍ୟା କରିସାରିବା ପରେ ଆମେରିକା ଛାଡ଼ି ସ୍ବଦେଶ ଚୀନକୁ ପଳାଇ ଯାଇଥିଲା।
ଏବେ ୮ ବର୍ଷ ପରେ ଆଉଥରେ ହ୍ୟୁଷ୍ଟନକୁ ଫେରିବା ପରେ ପୁଲିସ୍ ତାକୁ ଗିରଫ କରିଛି। ସେ ଏହି ହତ୍ୟାକାଣ୍ଡ ଘଟାଇଥିବା ସ୍ବୀକାର କରିବା ସହ ହତ୍ୟାକାଣ୍ଡ ପାଇଁ ବ୍ୟବହୃତ ହୋଇଥିବା ବନ୍ଧୁକକୁ ତା’ ନିକଟରୁ ପୁଲିସ ଜବତ କରିଛି। ଫୋରେନସିକ୍ ଟିମ୍ ମାଓଙ୍କ ଘରୁ ନମୁନା ଯାଞ୍ଚ କଲାବେଳେ ଫେଙ୍ଗ୍ ଲୁ ସହିତ ସେସବୁ ମେଳ ଖାଉଥିବା ସେମାନେ ଜାଣିବାକୁ ପାଇଥିଲେ।