ପୁଲିସ ନକ୍ସଲ ମଧ୍ୟରେ ଗୁଳିବିନିମୟ, ଖସିଗଲେ କ୍ୟାଡର ନକ୍ସଲ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ପୁଲିସ ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଗୁଳିବିନିମୟରେ କ୍ୟାଡର ନକ୍ସଲ ଖସିଯିବାରେ ସଫଳ ହୋଇଛନ୍ତି। ବିଶେଷ ସୂତ୍ରରୁ ଖବର ପାଇ ଡ଼ିଆରଜି ଯବାନ ଫରେଶଗଡ଼ ଥାନା ଅନ୍ତର୍ଗତ ତଲମଣ୍ଡେରି ଜଙ୍ଗଲରେ ସର୍ଚ୍ଚ ଅପରେସନକୁ ବାହାରିଥିଲେ। ନେସନଲ ପାର୍କ ଏରିଆ କମିଟିର ଡିବିସିଏମ ଦିଲୀପ ବଡଜା ସମେତ ବହୁ ନକ୍ସଲ କ୍ୟାମ୍ପ କରି ଏହି ଜଙ୍ଗଲରେ ରହିଥିଲେ।ଯବାନଙ୍କ ଦେଖି ନକ୍ସଲ ଅତର୍କିତ ଗୁଳି ଚଳାଇଥିଲେ। ପୁଲିସ ମଧ୍ୟ ନିଜକୁ ସୁରକ୍ଷିତ କରି ପାଲଟା ଜବାବ ଦେଇଥିଲା। ଦୀର୍ଘ ସମୟ ଧରି ଗୁଳିବିନିମୟ ହୋଇଥିଲା। ନକ୍ସଲ ଯବାନଙ୍କ ଗୁଳିର ସାମ୍ନା କରିନପାରି ଛାତ୍ରଭଙ୍ଗ ଦେଇଥିଲେ। ଘଟଣାସ୍ଥଳରୁ ଯବାନମାନେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଥିଲେ। ଏବେ ବି ସର୍ଚ୍ଚ ଅପରେସନ ଚାଲିଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର