ରାଷ୍ଟ୍ରପତିଙ୍କୁ ପରିବା ବିକାଳିଙ୍କ ଚିଠି : ନିର୍ଭୟାଙ୍କ ଆତ୍ମାକୁ ଶାନ୍ତି ଦେବା ପାଇଁ ‘ମୋତେ ତିହାର ଜେଲର ଜଲ୍ଲାଦ କରନ୍ତୁ, ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବି’

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ରହୁଥିବା ରବି କୁମାର ନାମକ ଜଣେ ବ୍ୟକ୍ତି ରାଷ୍ଟ୍ରପତିଙ୍କୁ ଚିଠି ଲେଖିଛନ୍ତି। ଏହି ଚିଠିରେ ସେ ତିହାର ଜେଲରେ ଜଲ୍ଲାଦ ପଦରେ ନିଯୁକ୍ତି ପାଇଁ ଦାବି କରିଛନ୍ତି। ସେ ୨୦୧୨ରେ ଦିଲ୍ଲୀରେ ହୋଇଥିବା ନିର୍ଭୟା ଗଣଦୁଷ୍କର୍ମ ଦୋଷୀଙ୍କୁ ଫାଶୀ ଦେବା ପାଇଁ ଏହି ପଦ ଚାହାନ୍ତି ବୋଲି କହିଛନ୍ତି। ତିହାର ଜେଲରେ ଜଲ୍ଲାଦ ନଥିବା କାରଣରୁ ନିର୍ଭୟା ଗଣଦୁଷ୍କର୍ମକାରୀଙ୍କୁ ଫାଶୀ ଦେବାରେ ବିଳମ୍ବ ହେଉଛି ବୋଲି ଖବର ସାମ୍ନାକୁ ଆସିଥିଲା। ଏହି ଖବର ସାମ୍ନାକୁ ଆସିବା ପରେ ରବି କୁମାର ଏହି ଚିଠି ରାଷ୍ଟ୍ରପତିଙ୍କୁ ଲେଖିଛନ୍ତି।

News18

ରବି କୁମାର ଶିମଲାରେ ପରିବା ବିକ୍ରି କରିଥାଆନ୍ତି। ଏଥିସହିତ ସେ ଆରଟିଆଇ କାର୍ମକର୍ତ୍ତା ବି ଅଛନ୍ତି। ରାଷ୍ଟ୍ରପତିଙ୍କୁ ଲେଖିଥିବା ଚିଠିରେ ସେ କହିଛନ୍ତି କି, ଟେଲିଭିଜନ୍‌ରେ ଏମିତି ଖବର ଦେଖିବାକୁ ମିଳିଥିଲା କି, ଯେଉଁଥିରେ ସୂଚିତ ଥିଲା ତିହାର ଜେଲରେ ଅଭିଯୁକ୍ତଙ୍କୁ ଫାଶୀ ଦେବା ପାଇଁ ଜଲ୍ଲାଦ ନାହାନ୍ତି। ଏହି କାରଣରୁ ନିର୍ଭୟା ଦୁଷ୍କର୍ମ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଦୁଷ୍କର୍ମକାରୀଙ୍କୁ ଫାଶୀ ଦିଆଯାଇ ପାରୁ ନାହିଁ। ଏମିତିରେ ସେହି ପଦରେ  ନିଯୁକ୍ତି ଦେବା ପାଇଁ ଆପଣଙ୍କୁ ଆବେଦନ କରୁଛି।

Oneindia Hindi

କେବଳ ଏତିକି ନୁହେଁ, ରବି କୁମାର ଏହି ଚିଠିରେ ଆହୁରି ଲେଖିଛନ୍ତି,  ନିର୍ଭୟା ଦୁଷ୍କର୍ମ ଘଟଣାକୁ ପୂରା ୭ବର୍ଷ ପୂରି ସାରିଛି। ନିମ୍ନ ଅଦାଲତରୁ ନେଇ ସୁପ୍ରିମକୋର୍ଟରେ ଉକ୍ତ ଦୁଷ୍କର୍ମକାରୀଙ୍କୁ ଫାଶୀ ଦଣ୍ଡାଦେଶ ହୋଇଛି। ଏପରି କ୍ଷେତ୍ରରେ ତିହାର ଜେଲ ପ୍ରଶାସନଙ୍କ ପାଖରେ ଜଲ୍ଲାଦ ନାହାନ୍ତି। ଏମିତିରେ ତାଙ୍କୁ ଜେଲରେ ଜଲ୍ଲାଦ ଭାବେ ନିଯୁକ୍ତ ଦିଆଯାଉ। କାରଣ ନ୍ୟାୟ ପାଇଁ ଅପେକ୍ଷା କରି ରହିଥିବା ନିର୍ଭୟାଙ୍କ ଆତ୍ମକୁ ଶାନ୍ତି ମିଳିବ।

ସମ୍ବନ୍ଧିତ ଖବର