ଲକ୍‌ଡାଉନ୍‌ ସମୟରେ ନିଜଠାରୁ ୧୦ବର୍ଷ ବଡ଼ ପ୍ରେମିକାକୁ ବିବାହ କରିବା ପାଇଁ ଟ୍ରକ୍‌ରେ ଲୁଚି ପଳାଉ ଥିଲା ପ୍ରେମିକ; ପୁଲିସ ହାତରେ ଧରା ପଡ଼ିଲା

ନୂଆଦିଲ୍ଲୀ: କରୋନାଭାଇରସ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶରେ ଲକ୍‌ଡାଉନ୍‌ ଲାଗୁ କରାଯାଇଛି। ଏହି ଲକ୍‌ଡାଉନ୍‌ ସମୟରେ ବିଭିନ୍ନ ପ୍ରକାର ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସୁଥିବା ବେଳେ ହିମାଚଳ ପ୍ରଦେଶର ସିମଲା ଜିଲ୍ଲାରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ସମୟରେ ଏକ ପ୍ରେମୀଯୁଗଳ ପୁଲିସ ହାତରେ ଧରା ପଡ଼ିଥିବା ଜଣାପଡ଼ିଛି।

ସିମଲା ଜିଲ୍ଲାର ପୁଲିସ ଅଧ୍ୟକ୍ଷକ ଓମାପତି ଜମ୍ବାଲଙ୍କ କହିବାନୁସାରେ, ଧରାପଡ଼ିଥିବା ପ୍ରେମୀଯୁଗଳ କୌଣସି ପାସ୍‌ ସାଥୀରେ ନ ଆଣି ଟ୍ରକ୍‌ରେ ଲୁଚି ପଳାଉ ଥିଲେ। ଦୁହେଁ ନିର୍ମଣ୍ଡରେ ପହଞ୍ଚିବା ପରେ ବିବାହ କରିବାର ଯୋଜନା ରଖିଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି ଧରାପଡ଼ିଥିବା ମହିଳାଙ୍କ ବୟସ ୩୦ବର୍ଷ ପାଖାପାଖି ହୋଇଥିବା ବେଳେ ଯୁବକଙ୍କ ବୟସ ୨୦ବର୍ଷ ଥିବା ଜଣାପଡ଼ିଛି।

Image credit: Reuters
aajtak.intoday.in

ଏହି ଘଟଣାକୁ କେନ୍ଦ୍ର କରି ଟ୍ରକ୍‌ ଚାଳକ ଓ କ୍ଲିନରକୁ ବି ଅଟକ ରଖାଯାଇଛି। ଏହି ଦୁହିଁଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ କରାଯାଇଛି। ମହିଳା ଜଣକ ରୁଷର ବୋଲି ଜଣାପଡ଼ିଛି। ତେବେ ଏହି ମହିଳାଙ୍କୁ ଧୋଲିରେ ସଙ୍ଗରୋଧ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ତିନି ଜଣ ପୁରୁଷଙ୍କୁ (ମହିଳାଙ୍କ ପ୍ରେମିକ, ଟ୍ରକ ଚାଳକ ଓ କ୍ଲିନର)କୁ ସୋଧି ସଙ୍ଗରୋଧ କେନ୍ଦ୍ରରେ ରଖା ଯାଇଛି। ପୁଲିସ ଏହି ଘଟଣାର ଅଧିକ ତଦନ୍ତ ଆରମ୍ଭ କରି ଦେଇଛି।

ଆପଣଙ୍କୁ ଜଣାଇ ରଖିବାକୁ ଚାହୁଁଛୁ ଲ୍‌କ୍‌ଡାଉନ୍‌ ସମୟରେ ଏଣେତେଣେ ଯିବାକୁ ଲୋକମାନଙ୍କୁ ବାରଣ କରାଯାଇଛି। ତେବେ ଆବଶ୍ୟକ ପଡ଼ିଲେ ପ୍ରଶାସନଠାରୁ କର୍ଫ୍ୟୁ ପାସ୍‌ ଆଣିବା ବାଧ୍ୟତାମୂଳକ କରାଯାଇଛି। ପୂରା ବିଶ୍ୱରେ ଦିନକୁ ଦିନ କରୋନାଭାଇରସ୍‌ ସଂକ୍ରମଣ ହେବାରେ ଲାଗିଛି। ବିଭିନ୍ନ ଦେଶ, ରାଜ୍ୟ ଓ ଜିଲ୍ଲା ଏଥିରୁ ଖୁବ୍‌ ଶୀଘ୍ର ମୁକ୍ତି ପାଇବା ପାଇଁ ଅନେକ ପ୍ରକାର ଦୃଢ଼ ପଦକ୍ଷେପମାନ ବି ଆପଣାଉଛନ୍ତି। ଏହି ମହାମାରୀ ପାଇଁ ଏଯାବତ୍ ଲକ୍ଷାଧିକ ଲୋକଙ୍କ ଜୀବନ ବି ଚାଲି ଗଲାଣି।

ସମ୍ବନ୍ଧିତ ଖବର