ଅନର କିଲିଂ: ଯୁବକଙ୍କୁ ଶଶୁରଘର ଲୋକ ଧାରୁଆ ଛୁରୀରେ ହତ୍ୟା କରିଥିବା ସନ୍ଦେହ

ହାଇଦ୍ରାବାଦ୍‌: ହାଇଦ୍ରାବାଦ୍‌ର ସରୁରନଗରରେ ଥିବା ତହସିଲଦାର ଅଫିସ୍‌ ମଧ୍ୟରେ ଜଣେ ଯୁବକଙ୍କୁ ବୁଧବାର ଏକ ଧାରୁଆ ଛୁରିରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଯୁବକଙ୍କ ନାମ ନାଗରାଜ। ନାଗରାଜ ତହସିଲଦାର ଅଫିସ୍‌ରେ ଥିବା ବେଳେ ଜଣେ ଅଜଣା ବ୍ୟକ୍ତି ବାଇକ୍‌ରେ ଆସି ଏକ ଧାରୁଆ ଅସ୍ତ୍ରରେ ତାଙ୍କୁ ହତ୍ୟା କରିଥିବା ଜାଣିବାକୁ ମିଳିଛି।

ହତ୍ୟାକାରୀ ଜଣକ ହତ୍ୟା କରି ସ୍ଥାନ ଛାଡ଼ି ପଳାଇ ଯାଇଛି। ଏହି ସମୟର ଘଟଣାକୁ ଅନେକ ଲୋକ ତାଙ୍କ କ୍ୟାମେରାରେ କଏଦ କରିଛନ୍ତି। ସେହି ସମୟର ଫଟୋ ଓ ଭିଡିଓ ଏବେ ଭାଇରାଲ୍‌ ହୋଇଛି।

 

ତେବେ, ଏହି ହତ୍ୟାକାଣ୍ଡ ପଛରେ ନାଗରାଜଙ୍କ ପତ୍ନୀଙ୍କ ପରିବାର ଲୋକଙ୍କ ହାତ ଥିବା ସନ୍ଦେହ କରାଯାଉଛି। ନାଗରାଜ ୨୩ ବର୍ଷୀୟା ସୟଦ ଅସରିନ୍‌ ସୁଲତାନାଙ୍କୁ ୨ ମାସ ତଳେ ବିବାହ କରିଥିଲେ। ସେମାନେ ପରସ୍ପରଙ୍କୁ କଲେଜ ସମୟରୁ ପ୍ରେମ କରୁଥିଲେ। ୨ ମାସ ତଳେ ସେମାନେ ଏକ ଆର୍ଯ୍ୟ ମନ୍ଦିରରେ ବିବାହ କରିଥିଲେ। ସେମାନେ ଭିନ୍ନ ଧର୍ମର ହୋଇଥିବାରୁ ନାଗରାଜଙ୍କ ପତ୍ନୀଙ୍କ ପରିବାର ଲୋକ ଏହି ବିବାହ ବିପକ୍ଷରେ ଥିଲେ। ଏହି କାରଣରୁ ‌ଏପରି ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି।

 

ସମ୍ବନ୍ଧିତ ଖବର