ଆପ୍‌ ଛାଡ଼ିପାରନ୍ତି ସିସୋଦିଆ

ନୂଆଦିଲ୍ଲୀ: ବିଜେପିର ଦିଲ୍ଲୀ ପ୍ରଦେଶ ସଭାପତି ତଥା ଲୋକସଭା ସାଂସଦ ମନୋଜ ତିୱାରି ଆମ ଆଦ୍‌ମୀ ପାର୍ଟିର ଅନ୍ତଃକଳହ ସଂପର୍କରେ ଏକ ଗୁରୁତ୍ବପୁର୍ଣ୍ଣ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଯେ କୌଣସି ସମୟରେ ଦଳ ଛାଡ଼ିପାରନ୍ତି । ଆମ୍‌ ଆଦମୀ ପାର୍ଟି‌ରେ ଏବେ ଦଳୀୟ କନ୍ଦଳ ଜୋର ଧରିଛି ଏବଂ ଏହି କାରଣରୁ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଯେ କୌଣସି ସମୟରେ ଦଳ ଛାଡିପାରନ୍ତି । ମନୋଜ ତିୱାରି କହିଛନ୍ତି ଯେ ଆମ୍‌ ଆଦମୀ ପାର୍ଟିର ପ୍ରତିଷ୍ଠାତା ସଦସ୍ୟମାନଙ୍କ ଭିତରୁ ପ୍ରଶାନ୍ତ ଭୂଷଣ, ଯୋଗେନ୍ଦ୍ର ଯାଦବ ଏବଂ କୁମାର ବିଶ୍ବାସଙ୍କ ଭଳି ନେତା ଆଉ ଦଳରେ ନାହାନ୍ତି । ସେମାନେ ଅରବିନ୍ଦ କେଜ୍ରିୱାଲଙ୍କ କାର୍ଯ୍ୟପଦ୍ଧତିରେ ଅତିଷ୍ଠ ହୋଇ ଆମ ଆଦ୍‌ମୀ ପାର୍ଟି ଛାଡ଼ିଛନ୍ତି। ଏବେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ପାଳି । ତେବେ ଆଗକୁ କେବଳ ଅରବିନ୍ଦ କେଜ୍ରିୱାଲ ହିଁ ଦଳ‌ରେ ଏକୁଟିଆ ରହିଯିବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର