ମନସୁଖ ହିରେନ ହତ୍ୟାକାଣ୍ଡ: ମିଠି ନଦୀରୁ ଏନଆଇଏକୁ ମିଳିଛି ଗୁରୁତ୍ବପୂର୍ଣ୍ଣ ପ୍ରମାଣ

ମୁମ୍ବାଇ : ଆଣ୍ଟିଲିଆ ମାମଲା ଓ ମନସୁଖ ହିରେନ ହତ୍ୟା ମାମଲାକୁ ନେଇ ପ୍ରତିଦିନ ନୂଆନୂଆ ତଥ୍ୟ ସାମ୍ନାକୁ ଆସୁଛି। ଦୁଇଟି ଘଟଣାର ଅଭିଯୁକ୍ତ ପୂର୍ବତନ ପୁଲିସ ଅଫିସର ସଚିନ ଭାଜେଙ୍କୁ ନେଇ ଆଜି ଜାତୀୟ ଅନୁସନ୍ଧାନ ଏଜେନ୍ସି(ଏନଆଇଏ) ମିଠି ନଦୀ ନିକଟରେ ପହଞ୍ଚିଥିଲେ।

ଏନଆଇଏକୁ ସନ୍ଦେହ ଥିଲା କି ଭାଜେ ଓ ତାଙ୍କ ସାଥୀ ମନସୁଖ ହିରେନ ହତ୍ୟା ଓ ଆଣ୍ଟିଲିଆ ମାମଲା ସହିତ ଜଡ଼ିତ ପ୍ରମାଣ ମିଠି ନଦୀରେ ଫିଙ୍ଗି ଦେଇଛନ୍ତି।

ରବିବାର ମିଠି ନଦୀରେ ଏହାର ଯାଞ୍ଚ ହେବାପରେ ପୁଣି ଏକ ପ୍ରମାଣ ମିଳିଛି। ମିଠି ନଦୀରେ ସର୍ଚ୍ଚ ଅପରେସନର ଏକ ଭିଡିଓ ବି ସାମ୍ନାକୁ ଆସିଛି।

ଅଭିଯୁକ୍ତ ସଚିନ ଭାଜେଙ୍କ ଉପସ୍ଥିତିରେ ଏନଆଇଏ ନଦୀରେ ଅନୁସନ୍ଧାନ କରିଥିଲେ। ସେହି ସମୟରେ ସେମାନେ ନମ୍ବର ପ୍ଲେଟ, ସିପିୟୁ, ହାର୍ଡ ଡିସ୍କ, ଡିଭିଆର ଓ ଲ୍ୟାପଟପ ପାଇଥିଲେ। ଏଥିସହିତ ଏନଆଇଏ ନଦୀରୁ ଦୁଇଟି ନମ୍ବର ପ୍ଲେଟ୍ ପାଇଛି । ଯେଉଁଥିରେ ଦୁଇଟିରେ ସମାନ ଏମଏଚ୦୨ଏଫପି୧୫୩୯ ନମ୍ବର ଲେଖା ହୋଇଛି । ଏନଆଇଏ ଟିମ୍ ଏବେ ମଧ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ପାଇବାକୁ ଆଶା ରଖି ନଦୀରେ ଅନୁସନ୍ଧାନ ଜାରି ରଖିଛି।

ନଦୀରୁ ମିଳିଥିବା ପ୍ରମାଣ ଓ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଅନୁସନ୍ଧାନରୁ ଏହା ସ୍ପଷ୍ଟ ହୋଇଛି ଯେ ଅଭିଯୁକ୍ତ ସଚିନ ଭାଜେ ମାନସୁଖ ହିରେନଙ୍କ ହତ୍ୟା ସହ ଜଡିତ ରହିଛନ୍ତି। ଯେତେବେଳେ ପ୍ରମାଣ ସହିତ ମୁହାଁମୁହିଁ ହୋଇଥିଲେ, ଅଭିଯୁକ୍ତ ଭାଜେ ନିଜେ ସ୍ୱୀକାର କରିଥିଲେ କି ସେ ପ୍ରମାଣର କିଛି ଅଂଶ ମୁମ୍ବାଇର ମିଠି ନଦୀରେ ପକାଇ ଦେଇଥିଲେ। ସୂଚନାନୁସାରେ, ଏହି ହତ୍ୟାକାଣ୍ଡରେ ଆହୁରି ଅନେକ ଲୋକ ଜଡିତ ଥାଇପାରନ୍ତି ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର