ସରକାର ଆମ ସହ କଥା ହେଲେ ଆମେ ଘରକୁ ଫେରିବୁ : ଟିକାୟତ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ କୃଷି ଆଇନ ପ୍ରତ୍ୟାହାର ସମ୍ପର୍କରେ ଘୋଷଣା କରିବା ପରେ ବି କୃଷକ ସଂଗଠନଗୁଡ଼ିକ ଘରକୁ ଫେରିବାକୁ ପ୍ରସ୍ତୁତ ହେଉନାହାନ୍ତି । ସରକାର ସେମାନଙ୍କ ସହ କଥା ହେବା ପରେ ହିଁ ଘରକୁ ଯିବେ ବୋଲି କୃଷକ ସଂଗଠନଗୁଡ଼ିକ ଜିଦ ଧରିଛନ୍ତି ।

ଆଜି ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌଠାରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ କୃଷକ ମହାପଞ୍ଚାୟତ ଅନୁଷ୍ଠିତ ହୋଇଥିଲା । ଏହି ମହାପଞ୍ଚାୟତ ଅବସରରେ ଭାରତୀୟ କିଷାନ ୟୁନିଅନ ନେତା ରାକେଶ ଟିକାୟତ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ କୃଷି ଆଇନ ପ୍ରତ୍ୟାହାର ଲାଗି ଘୋଷଣା କରିଥିଲେ ବି କୃଷକମାନଙ୍କର ଆହୁରି ଅନେକ ସମସ୍ୟା ରହିଛି । ଏଣୁ ଆଗକୁ ମଧ୍ୟ କୃଷି ଆନ୍ଦୋଳନ ଜାରି ରହିବ ।

ସେ କହିଛନ୍ତି କୃଷି ଆଇନ ପ୍ରତ୍ୟାହାର ସମ୍ପର୍କରେ ଘୋଷଣା କରିବା ପରେ ବି ସରକାର କୃଷକମାନଙ୍କ ସହ ଆଲୋଚନା କରିବାକୁ ରାଜି ହେଉନାହାନ୍ତି । ସରକାର ପ୍ରକୃତରେ କୃଷି ଆଇନ ପ୍ରତ୍ୟାହାର କଲେ ଯାଇ ଆମେମାନେ ଘରୁ ଫେରିବା ଆରମ୍ଭ କରିବୁ । ସୂଚନାଯୋଗ୍ୟ ଯେ, କୃଷି ଆଇନ ପ୍ରତ୍ୟାହାର ପରେ କୃଷକମାନେ ଆଉ ୬ଟି ଦାବି ରଖିଛନ୍ତି । ସେଗୁଡ଼ିକ ମଧ୍ୟରେ ରହିଛି ଏମଏସପିକୁ ଆଇନଗତ ସୁରକ୍ଷା, କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ବହିଷ୍କାର, ଆନ୍ଦୋଳନକାରୀ କୃଷକଙ୍କ ନାମରୁ ମାମଲା ପ୍ରତ୍ୟାହାର ଇତ୍ୟାଦି ।

ସମ୍ବନ୍ଧିତ ଖବର